ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଆଲବମ୍, ମେଗା ଧାରାବାହିକ, ସିନେମା, ଯାତ୍ରା ଏବଂ ଓଟିଟି। ମନୋରଞ୍ଜନର ଏ ସବୁ ପ୍ଲାଟଫର୍ମରେ ଦର୍ଶକଙ୍କୁ ନିଜ ଅଭିନୟରେ ଆଜି ବି ବାନ୍ଧି ରଖିଛନ୍ତି ଅଭିନେତା ସୋମେଶ ମହାନ୍ତି।
କେବଳ ଏତିକି ନୁହେଁ ଆରଜେ ଭାବେ ସୋମେଶଙ୍କ ‘ମନର ମିତ ସୋମେଶ’ ରେଡିଓ ସୋ’କୁ ଶ୍ରୋତାମାନେ ବେଶ୍ ଭଲପାଇବା ଦେଇଛନ୍ତି।
ଓଡ଼ିଆ ଅଭିନୟ ଜଗତରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୋମେଶ।
ଓଡ଼ିଆ ସିରିଏଲରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ସୋମେଶ ମହାନ୍ତି ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି।
‘‘ମୋର ଅଭିନୟର ଯାତ୍ରା ସିରିଏଲରୁ ଆରମ୍ଭ ହୋଇଥିଲା। ତା’ ପରେ ଆଲବମ କରିଥିଲି। ସେତେବେଳେ ସିରିଏଲର ସୁଟିଂ ଧାରା ଅଲଗା ଥିଲା। ବଡ଼ ବଡ଼ ସିନ୍ ପାଇଁ ୧୦ରୁ ୧୨ ପେଜ୍ର ଡାଏଲଗ୍ ମନେ ରଖି ସୁଟିଂ କରିବାକୁ ପଡ଼ୁଥିଲା। ମୋର ସେଇ ଅଭ୍ୟାସ ଏବେ ଯାତ୍ରାରେ କାମ ଦେଲା’’, କହିଛନ୍ତି ଅଭିନେତା ସୋମେଶ ମହାନ୍ତି।
ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ସୋମେଶ ତାଙ୍କ ଅଭିନୟ ଜୀବନର ଅନେକ ଖଟା-ମିଠା ଅନୁଭୂତି ଏବଂ ବ୍ୟକ୍ତିଗତ ଜୀବନର କିଛି ଘଟଣା-ଦୁର୍ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଦେଖନ୍ତୁ ଭିଡିଓ।
Tags: #SomeshMohanty #Entertainment #Ollywood #Odisha #OdiaCinema #Jatra