ଓଡ଼ିଶାଲାଇଭ୍ ବ୍ୟୁରୋ

ଇରାନ ଏବେ ନିଜର କଠୋର ନିଷ୍ପତ୍ତିରୁ ଧୀରେ ଧୀରେ ଓହରୁଛି। କିଛି ଦିନ ତଳେ ମହିଳାଙ୍କ ପାଇଁ ହିଜାବ ବାଧ୍ୟତାମୂଳକ କରିବା ପାଇଁ ଆଇନ ଆଣିବା ପରେ ଏହାକୁ ପ୍ରତ୍ୟାହାର କରିଥିଲା। ଏବେ ଇରାନ ସରକାର ନିଜ ଦେଶରେ ହ୍ୱାଟ୍ସଆପ ଓ ଗୁଗଲ ସର୍ଭିସକୁ ଅନୁମତି ଦେଇଛନ୍ତି।

ଇରାନରେ ହିଜାବ ଆଇନ ଆସିବା ପରେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ସାରା ବିଶ୍ୱରେ ଏହାକୁ ନେଇ କଡ଼ା ସମାଲୋଚନାର ଶିକାର ହୋଇଥିଲା। ଦେଶ ଭିତରେ ବି ଆନ୍ଦୋଳନ ଜୋର ଧରିଥିଲା। ଏହା ପରେ ଇରାନ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲ। ଶେଷରେ ଏହି ଆଇନ ପ୍ରତ୍ୟାହୃତ ହୋଇଥିଲା। ଏବେ ଇରାନକୁ ପୁଣି ଥରେ ଇଣ୍ଟରନେଟ କ୍ଷେତ୍ରରେ ମଧ୍ୟ ମୁଣ୍ଡ ନୁଆଁଇବାକୁ ପଡ଼ିଛି।

ମଙ୍ଗଳବାର ରାଷ୍ଟ୍ରପତି ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇଣ୍ଟରନେଟ ଉପରେ ଆଲୋଚନା ହୋଇଥିଲା। ଏଠାରେ ଦେଶରେ ଇଣ୍ଟରନେଟ ଉପରୁ ପ୍ରତିବନ୍ଧକ ହଟାଯିବା ନେଇ ଘୋଷଣା କରାଯାଇଥିଲା ।

ତେବେ ଇଣ୍ଟରନେଟ ଉପରେ କଡ଼ା କଟକଣା ଥିବା ଇରାନବାସୀ ଫେସବୁକ, ଟ୍ୱିଟର, ୟୁଟ୍ୟୁବ ପରି ସାମାଜିକ ଗଣମାଧ୍ୟମକୁ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ) ଜରିଆରେ ବ୍ୟବହାର କରୁଥିଲେ। ହେଲେ ଏହା ଦଣ୍ଡନୀୟ ଅପରାଧ ଥିଲା। ଏବେ ପ୍ରତିବନ୍ଧକ ହଟିବା ପରେ ସେଠାକାର ଲୋକଙ୍କ ପାଇଁ ଇଣ୍ଟରନେଟ ବ୍ୟବହାର କରିବା ସୁବିଧା ହେବ।   

Tags: #Iran #HijabLaw #InternetAccess #People

LEAVE A REPLY

Please enter your comment!
Please enter your name here