ଓଡ଼ିଶାଲାଇଭ୍ ବ୍ୟୁରୋ

ଟଙ୍କା ପାଇଁ ନିଜ ଜନ୍ମ କଲା ଝିଅକୁ ପରପୁରୁଷକୁ ଟେକିଦେଇଛି ମାଆ। ହରିୟାଣାରେ ଜଣେ ମାଆର ନୃସଶଂତା ସାମ୍ନାକୁ ଆସିଛି। ୧୫ ବର୍ଷର ଝିଅକୁ ତା’ର ମାଆ ମାତ୍ର ହଜାର ଟଙ୍କା ପାଇଁ ଗଣଦୁଷ୍କର୍ମ କରାଯାଇଛି।

ହରିୟାଣାର ହିସା ଜିଲ୍ଲାର ହାଁସିରେ ଘଟିଛି ଏଭଳି ଘଟଣା। ସେଠାରେ ରହୁଥିବା ଜଣେ ମହିଳା ତାଙ୍କ ଝିଅକୁ ଅନ୍ୟ ଏକ ଯୁବକଙ୍କ ସହିତ ବିବାହ ଉତ୍ସବକୁ ଯିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଆଗରୁ ସେହି ମହିଳାଜଣକ ଏବିଷୟରେ ଅବଗତ ଥିଲେ। ଏହାପରେ ସେ ଯୁବକଜଣକ ଝିଅକୁ ବିବାହ ଉତ୍ସବକୁ ନ ନେଇ ଏକ ଭଙ୍ଗା ଶୁନଶାନ୍ ଘରକୁ ନେଇଗଲା। ସେହି ଶୁନଶାନ୍ ଘରେ ପୂର୍ବରୁ ଆହୁରି ତିନି ଜଣ ଯୁବକ ଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେମାନେ ତା’ ସହିତ ଗଣଦୁଷ୍କର୍ମ କଲେ। ଏହାପରେ ସେହି ଯୁବକ ପାଞ୍ଚ ଘଣ୍ଟା ପରେ ତାକୁ ପୁଣି ସେହି ମନ୍ଦିର ପାଖରେ ଆଣି ଛାଡ଼ି ଦେଇଯାଇଥିଲା। ତା’ ପରଦିନ ସେହି ଯୁବକଜଣକ ତାଙ୍କ ଘରକୁ ଆସି ମାଆକୁ ହଜାର  ଟଙ୍କା ଦେଇଥିଲା।

ଗଣଦୁଷ୍କର୍ମ ପରେ ପୀଡ଼ିତା ଗର୍ଭବତୀ ଥିବା ପୋଲିସ ଆଗରେ କହିଛି। ଅଭିଯୋଗ ଆଧାରରେ ପୋଲିସ ଚାରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

LEAVE A REPLY

Please enter your comment!
Please enter your name here