ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଖଣ୍ଡପଡ଼ା ଥାନା ଗୋଛାବାରି ନକଟ ଏକ ବ୍ରିଜ ତଳେ ବିପୁଳ ପରିମାଣର ଔଷଧ ପଡ଼ି ରହିଥିବାର ଦେଖିବାକୁ ମିଳିଛି। କିଛି ମେଡିସିନର ଅବଧି ସରିଯାଇଥିଲାବେଳେ ଆଉ କିଛି ମେଡିସନର ଅବଧି ରହିଛି।
ଏହି ଔଷଧଗୁଡ଼ିକର ମୂଲ୍ୟ ୩୦ ହଜାରରୁ ଅଧିକ ହେବ ଅନୁମାନ କରାଯାଉଛି। ଏତେ ପରିମାଣର ଔଷଧ ବ୍ରିଜ ତଳକୁ କିପରି ଆସିଲା ତାହା ସ୍ପଷ୍ଟ ହୋଇନାହିଁ।
ଡାକ୍ତରଖାନାର କିଛି ଦୂରରେ ବ୍ରିଜ ତଳେ ଔଷଧ ପଡ଼ିରହିଥିବାରୁ ଡାକ୍ତରଖାନା କର୍ମଚାରୀ ଏଭଳି କାମ କରିଥାଇପାରନ୍ତି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।