ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁରେ ଗୁରୁବାର ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଜମ୍ମୁ ଏକ ବସ୍ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍ ଉପରେ ଗ୍ରେନେଡ ମାଡ଼ ହେବାରୁ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଗ୍ରେନେଡ ବିସ୍ଫୋରଣରେ ୧୮ ଜଣ ଆହତ ହୋଇଛନ୍ତି।
ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ବିସ୍ଫୋରଣ ଘଟିବା ସମୟରେ ବସ୍ଟି ବସ୍ଷ୍ଟାଣ୍ଡରେ ରହିଥିଲା। ବସ୍ରେ କିଛି ଯାତ୍ରୀ ମଧ୍ୟ ବସିଥିଲେ।