ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ନେଇ ହୋଇଥିବା ଆବେଦନର ଶୁଣାଣି ମଙ୍ଗଳବାରଠୁ ଆରମ୍ଭ କରିବେ ସୁପ୍ରିମକୋର୍ଟ। ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍‌ ଏନ୍‌ଭି ରମଣଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ଦାୟିତ୍ୱ ଦେଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଯେତେ ସବୁ ଆବେଦନ ହୋଇଛି ସମସ୍ତ ମାମଲାର ବିଚାର ଏହି ଖଣ୍ଡପୀଠରେ ହେବ। ଯେହେତେୁ ଧାରା ୩୭୦  ସଂପର୍କିତ ସମସ୍ତ ଶୁଣାଣି ଏହି ଖଣ୍ଡପୀଠ କରୁଛନ୍ତି ତେଣୁ ଏହାକୁ କଶ୍ମୀର ବେଞ୍ଚ ମଧ୍ୟ କୁହାଯାଉଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ପାଇଁ କେନ୍ଦ୍ର ସରକାର ଅଗଷ୍ଟ ୫ ତାରିଖରେ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ କଶ୍ମୀରରେ ମୋବାଇଲ ଫୋନ୍‌, ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି।

Comment