ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଜଣେ ଶ୍ରମିକଙ୍କ ବିଷୟରେ ଚର୍ଚ୍ଚା ହୁଏ ତେବେ ଲୋକଙ୍କ ମନରେ ଆପେ ଆପେ ଗୋଟିଏ ଚେହେରା ଚାଲିଆସେ ଯେ ଯିଏ ଭଲ ପୋଷାକ ଖଣ୍ଡେ ପିନ୍ଧି ନଥିବ ଏବଂ ଭଲ ଭାବରେ କଥା ପଦୁଟିଏ କହିପାରୁନଥିବ। କିନ୍ତୁ ଏମିତି ଜଣେ ଶ୍ରମିକ ଅଛନ୍ତି ଯିଏ ଇଂରାଜୀରେ ଅନର୍ଗଳ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏପରିକି ତାଙ୍କୁ ପଶ୍ନ ପଚାରୁଥିବା ରିପୋର୍ଟରଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଘଟଣାଟି ଘଟିଛି ବିହାରରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଘଟଣାଟି ଥିଲା ଏହିପରି। ଭୋଟରଙ୍କ ମୁଡ୍ ଜାଣିବା ପାଇଁ ୟୁପିର ଅନେକ ଅଂଚଳରେ ପହଂଚିଥିଲେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର। ରିପୋର୍ଟର ଜଣକ ଜନତାଙ୍କ ସହ କଥା ହେଉଥିବା ସମୟରେ ଭିଡରେ ଜଣେ ବିହାରୀ ଶ୍ରମିକ ଛିଡା ହୋଇଥିଲେ। ହଠାତ୍ ରିପୋର୍ଟର ଜଣକ ଏକ ପ୍ରଶ୍ନ କରି ସେହି ଶ୍ରମିକଙ୍କୁ ମାଇକ୍ ଧରାଇଥିଲେ। ହେଲେ ସେହି ଦିନ ମଜୁରିଆଙ୍କ ମୁହଁରୁ ଯେଉଁ ଉତ୍ତର ଆସିଥିଲା ତାହା ଥିଲା ଇଂରାଜୀରେ।

ଇଂରାଜୀରେ ଶ୍ରମିକ ଜଣକ କହିଥିଲେ, ମତେ କାମ ଦରକାର। ପ୍ରଧାନମନ୍ତ୍ରୀଙ୍କ ସହିତ ଆମର କୌଣସି ନେଣଦେଣ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ କୁହନ୍ତୁ ଲୋକଙ୍କୁ କାମ ଦେବାରେ ସାହାଯ୍ୟ କରିବେ। ଆମମାନଙ୍କୁ ପ୍ରତିଦିନ କାମ ମିଳେନି। ଏମିତିରେ ଭୋକିଲା ପେଟରେ ଶୋଇବାକୁ ପଡୁଛି। ରୋଜଗାର ପାଇଁ କୌଣସି ଯୋଜନା କରୁନାହାନ୍ତି ମୋଦି ସରକାର।

ଶ୍ରମିକ ଜଣକ ମୋଦିଙ୍କର ପ୍ରଶଂସା ତ କରିଥିଲେ କିନ୍ତୁ ଅଧିକ ପ୍ରଶଂସା ଇନ୍ଦିରା ଗାନ୍ଧିଙ୍କର କରିଥିଲେ। ଯାହାକୁ ଶୁଣି ଉପସ୍ଥିତ ଲୋକ ତାଳି ମାରି ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here