ଓଡ଼ିଶାଲାଇଭ ବ୍ୟୁରୋ

କୋନ ବନେଗା କରୋଡ ପତିରେ ଜିତିବାର ଲୋଭ ଦେଖାଇ ଚାଷୀଙ୍କଠୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ବର୍ତ୍ତମାନ ଏହି ଘଟଣା କୋରାପୁଟ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଠକାମିର ଶିକାର ହୋଇଥିବା ଚାଷୀ ଜଣକ ହେଉଛନ୍ତି ମିଳିଗୁଡ଼ାର ଭୀମସେନା ଗୌଡ଼।

କୋରାପୁଟ ମାଳିଗୁଡ଼ାର ଭୀମସେନ ଗୌଡ଼ଙ୍କୁ ଗତ ଅଗଷ୍ଟ ୩୧ ତାରିଖରେ କୋନ ବନେଗା କୋରୋଡ ପତିରେ ୨୫ ଲକ୍ଷ ଟଙ୍କା ଲଟେରୀ ଲାଗିଥିବା ନେଇ ଫୋନ ଆସିଥିଲା। ତେବେ ୨୫ ଲକ୍ଷ ଟଙ୍କା ପାଇବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦସ୍ତଖତ ଦରକାର।

ସେଥିପାଇଁ ପ୍ରଥମେ ୧୨ ହଜାର ପରେ ୨୨ ହଜାର ପୁଣି ୨୦ହଜାର ଏମିତି କରି ୩ଲକ୍ଷ ୧୫ ହଜାର ଟଙ୍କା ବ୍ୟାଙ୍କ ମାଧ୍ୟମରେ ଡିପୋଜିଟ କରି ଚାଲିଲେ ଚାଷୀ ଭୀମସେନ। କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ସେ ଠକାମିର ଶିକାର ହେଉଛନ୍ତି।

ବର୍ତ୍ତମାନ ପୁଣି ଫୋନ ଆସି ପହଞ୍ଚିଛି ୭୦ ହଜାର ଟଙ୍କା ଜମା ନକେଲ ୨୫ ଲକ୍ଷ ଟଙ୍କା ବୁଡ଼ି ଯିବ। ତେବେ ଭୀମସେନ ସ୍ତ୍ରୀର ସୁନା ଗହଣା ବିକି ୩ଲକ୍ଷ ଟଙ୍କା ଜମା କରି ମର୍ମାହତ ହୋଇ ସାରିଛନ୍ତି। ବ୍ୟକ୍ତି ଜଣକ ସେ ରାଣାପ୍ରତାପ ସିଂ ମୁମ୍ବାଇର ଏକ ବ୍ୟାଙ୍କରେ ଶାଖା ପରିଚାଳକ ବୋଲି ପରିଚୟ ଦେଇଥିବା ବେଳେ ଏବେ ଭୀମସେନ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।

LEAVE A REPLY

Please enter your comment!
Please enter your name here