ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର।
ଏଣିକି ଅକ୍ଟୋବରରୁ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦରରୁ ବିମାନସେବା ଆରମ୍ଭ ହେବ। ଏହା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଗୁରୁ ପ୍ରସାଦ ମହାପାତ୍ର।
ଏ ବିଷୟରେ ଓଡ଼ିଶାର ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି। ଆଲୋଚନାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ ଏବଂ ପାରାଲାଲ ଟ୍ୟାକ୍ସି ଟ୍ରାକ୍ ପ୍ରସଙ୍ଗ ସ୍ଥାନ ପାଇଥିଲା।
ଡ଼ିସେମ୍ବରରୁ ଜୟପୁର ବିମାନସେବା କାର୍ଯକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଏହି ଦୁଇ ଏୟାରପୋର୍ଟରୁ କେବେ ବିମାନସେବା ଆରମ୍ଭ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।

Tags: AAI, Airport Authority of India, Guru Prasad Mohapatra, Aditya Prasad Padhi, Airport, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here