ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ସରକାର ମଙ୍ଗଳବାର ଦିନ ଆଉ ଏକ ବଡ଼ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ଆସାମ ବିଧାନସଭାରେ ଗୃହୀତ ହୋଇଥିବା ନୂଆ ଜନସଂଖ୍ୟା ନୀତି ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥାଏ ତାଙ୍କୁ ସରକାରୀ ଚାକିରି ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ।
ଏହି ନିୟମରେ ଆହୁରି ମଧ୍ୟ ବ୍ୟବସ୍ଥା ରହିଛି ଯେ ୨ରୁ ଅଧିକ ସନ୍ତାନ ଜନ୍ମ କରିଥିବା ବାପା ମା’ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି ନିର୍ବାଚନ ଲଢ଼ିପାରିବେ ନାହିଁ।
ଏହି ନୂଆ ନୀତି ଆସିବା ପରେ ଆସାମର ସବୁ ସରକାରୀ, ଅର୍ଦ୍ଧସରକାରୀ ଓ ନିଗମର କର୍ମଚାରୀ ଏହାର ପରିସର ଭିତରକୁ ଆସିବେ। ଖାଲି ସେତିକି ନୁହେଁ, ଏଥିପାଇଁ ଆଇନରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ଅଣାଯିବ।
ବଡ଼ କଥା ହେଉଛି ଆସାମ ସରକାର ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଉପସ୍ଥାପନ କରିବାକୁ ଚାହୁଁଛନ୍ତି, ଯେଉଁଥିରେ କୁହାଯିବ ଯେ ଦୁଇ ସନ୍ତାନ ନିୟମ ଉଲ୍ଲଙ୍ଘନ କରିଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ କରାଯାଉ।
ସେହିଭଳି ଆଉ ଏକ ନିୟମ ଆସାମ ବିଧାନସଭାରେ ଗୃହିତ ହୋଇଛି ଯାହାଦ୍ୱାରା କି ବିବାହ ବୟସ ସୀମାକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଚାକିରି ଓ ଅନ୍ୟାନ୍ୟ ସୁବିଧା ମିଳିବ ନାହିଁ।
ମନେ ପକାଇ ଦିଆଯାଇପାରେ ଯେ ଗତ ସପ୍ତାହରେ ହିଁ ଆସାମ ସରକାର ଏକ ନିୟମ ଆଣିଥିଲେ, ଯେଉଁଥିରେ କୁହାଯାଇଛି ଯେ, ବୁଢ଼ା ବାପାମାଆଙ୍କୁ ଯେଉଁ ସରକାରୀ ଚାକିରିଆ ଅବହେଳା କରିବେ ତାଙ୍କର ଦରମା କଟିବ।

Tags: Assam, Population Policy, Sarbananda Sonowal, Assam CM, Union Govt, Assembly, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here