ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରର ଜନବହୁଳ ସ୍ଥାନ ଜୟଦେବ ବିହାର ଓଭରବ୍ରିଜ୍‍ ନିକଟରେ ଥିବା ଡ୍ରେନ୍‌ରେ ଆଜି ସକାଳୁ ସକାଳୁ ଡିଜେଲ୍‍ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।  ସାରା ଅଞ୍ଚଳରେ ଏହି ଖବର ବ୍ୟାପିଯିବା ପରେ ଆସ୍ତେଆସ୍ତେ ଓଭବ୍ରିଜ୍‍ ପାଖ ଡ୍ରେନ୍‌କୁ ଲୋକମାନେ ଡିଜେଲ୍‍ ନେବା ପାଇଁ ଲାଇନ୍‍ ଲଗାଇଥିଲେ।
ଏହି ଦୃଶ୍ୟକୁ ଦେଖିବା ପାଇଁ ଅନେକ ଦେଖଣାହାରୀ ସେଠାରେ ଭିଡ଼ ଜମାଇଥିଲେ।  ଫଳରେ ସେହି ରାସ୍ତାରେ ଟ୍ରାଫିକ୍‍ ସମସ୍ୟା ଦେଖାଦେଇଛି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରୁଛି। ନିକଟସ୍ଥ କୌଣସି ଏକ ପେଟ୍ରୋଲ୍‍ ପମ୍ପରୁ ଏହି ଡିଜେଲ୍‍ ଲିକ୍‍ ହେବା ଫଳରେ ଡ୍ରେନ୍‌ରେ ଡିଜେଲ ଦେଖିବାକୁ ମିଳିଥିଲା।
କିଛିଦିନ ପୂର୍ବରୁ ଭୁବନେଶ୍ୱରର ଶାସ୍ତ୍ରୀନଗର ଅଞ୍ଚଳ କୂଅରେ ପେଟ୍ରୋଲ୍‍ ଭାସୁଥିବାର ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here