ଓଡିଶାଲାଇଭ୍ ବ୍ୟୁରୋ

ଅଡ଼ୁଆରେ ପଡ଼ିଛନ୍ତି ତେହେଲକା ମାଗାଜିନ୍‌ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ୍। ଶେଷରେ ଗୁରୁବାର ତାଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜ ଫ୍ରେମ୍। ଜଣେ ଜୁନିୟର କର୍ମଚାରୀଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଚାର୍ଜଫ୍ରେମ୍ ଦାଖଲ ହୋଇଛି।
ଏହି ମାମଲା ସମ୍ପର୍କରେ ଗୁରୁବାର ଗୋଆର ଏକ କୋର୍ଟରେ ଶୁଣାଣି ହେଉଥିଲା। ତେବେ ଆଉ ଏକ ମାସ ପରେ ଚାର୍ଜଫ୍ରେମ୍ ଦାଖଲ କରିବା ପାଇଁ ତରୁଣ ତେଜପାଲ୍‌ଙ୍କ ଓକିଲ କୋର୍ଟରେ ଅନୁରୋଧ କରିଥିଲେ। କୋର୍ଟ ଏହି ଆବେଦନ ଗ୍ରହଣ କରିନାହାନ୍ତି। ଆବେଦନ ଖାରଜ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ବେଳେ ବ୍ୟକ୍ତିଗତ ହାଜର ହେବା ଲାଗି କୋର୍ଟ ନିର୍ଦ୍ଦଶେ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ରେ ହେବ।
୪ ବର୍ଷ ତଳେ ତେଜପାଲ ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍ଟରେ ଜୁନିୟର କର୍ମଚାରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସେ ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନ୍‌ରେ ଆସିଥିଲେ।

 

LEAVE A REPLY

Please enter your comment!
Please enter your name here