ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା ହେବାରୁ ଲୋକେ ଷ୍ଟେସନ ନିକଟ ଓଭରବ୍ରିଜ ଉପରକୁ ଚଢ଼ି ଯାଇଥିଲେ। ଏକାଧିକ ଲୋକ ଓଭରବ୍ରିଜ ଉପରେ ରହିବାରୁ ଓଭରବ୍ରିଜ ରେଲିଂ ଛିଣ୍ଡି ଯାଇଥିଲା। ଫଳରେ ଲୋକେ ବର୍ତ୍ତିବା ପାଇଁ ଦୌଡ଼ିଥିଲେ, ଯେଉଁଥିପାଇଁ ଏହି ଅଘଟଣ ଘଟିଥିବା କୁହାଯାଉଛି।
ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ କେଇଏମ୍‌ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ୨୨ଜଣଙ୍କର ପ୍ରାଣହାନୀ ଘଟିଥିଲା। ବାକି ଗୁରୁତର ଆହତମାନଙ୍କ ଚିକିତ୍ସା ଚାଲିଛି।
ରେଳବାଇ ଡିଜି(ପିଆର୍‌ଓ) ଅନୀଲ ସାକ୍ସେନା କହିଛନ୍ତି,”ଏଲ୍‌ଫିନ୍‌ଷ୍ଟୋନ୍-ପରେଲ୍ ଷ୍ଟେସନର ସଂଯୋଗକାରୀ ବ୍ରିଜରେ ଏହି ଅଘଟଣ ଘଟିଛି। ପ୍ରବଳ ବର୍ଷା ହେବାରୁ ଲୋକେ ଷ୍ଟେସନର ଫୁଟ୍‌ ଓଭରବ୍ରିଜ ଉପରେ ଚଢ଼ିଥିଲେ। ବର୍ଷା ଟିକେ କମିବା ପରେ ଲୋକେ ବ୍ରିଜରୁ ଓହ୍ଲାଉଥିଲେ। ଓହ୍ଲାଇବା ବେଳେ ଦଳାଚକଟା ହେବାରୁ ଏହି ଅଘଟଣ ଘଟିଛି।”

LEAVE A REPLY

Please enter your comment!
Please enter your name here