ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ ସିହା ଦରଗାହରେ ଘଟିଛି ଆତ୍ମଘାତି ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବହୁ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଦରଗାହରେ ଜଣେ ଆକ୍ରମଣକାରୀ ପ୍ରବେଶ କରିବାକୁ ଚାହୁଁଥିଲେ। ମାତ୍ର ସୁରକ୍ଷା କର୍ମୀ ତାଙ୍କୁ ଚିହ୍ନଟ କରିଦେବାରୁ ଆକ୍ରମଣକାରୀଙ୍କୁ ଦରଗାହ ଭିତରକୁ ଛାଡ଼ି ନଥିଲେଃ ଫଳରେ ଆକ୍ରମଣକାରୀ ବିସ୍ଫୋରଣ କରି ନଜେ ନିଜକୁ ଉଡ଼ାଇ ଦେଇଥିଲେ। ଦରଗାହ ନିକଟରେ ଏହି ବିସ୍ଫୋରଣ ଘଟିଥିବାରୁ ଅନ୍ୟ ଲୋକମାନେ ମଧ୍ୟ ମୃତାହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ କନଷ୍ଟେବଳ ଅଛନ୍ତି।
ବେଲୁଚିସ୍ତାନ ଗୃହମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି, “ବିସ୍ଫୋରଣ ଖବର ମିଳିବା ମାତ୍ରେ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦଶେ ଦିଆଯାଇଛି।

 

 

LEAVE A REPLY

Please enter your comment!
Please enter your name here