ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଏଣିକି ସମ୍ବଲପୁର ଦେଇ ସପ୍ତାହକୁ ଥରେ ଚାଲିବ ରାଜଧାନୀ ଏକ୍ସପ୍ରେସ୍। ଏ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୋଏଲ।
ପୂଜା ଛୁଟି ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରିବାକୁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ଥରେ ସମ୍ବଲପୁର ଦେଇ ଚଳାଚଳ କରିବ ବୋଲି ରେଳ ବିଭାଗ ନିଷ୍ପତ୍ତି ନେଇଛି।

 

LEAVE A REPLY

Please enter your comment!
Please enter your name here