ଓଡ଼ିଶାଲାଇଭ୍ ବ୍ୟୁରୋ

୫ ଦଫା ଦାବି ପୂରଣ କର। ନଚେତ୍‌ ଧର୍ମଘଟକୁ ସମ୍ଭାଳ। ରାଜ୍ୟ ସରକାରଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଦାବି ନ ମାନିଲେ ନଭେମ୍ବର ୧ରୁ ଘରୋଇ ବସ୍‌ ଗଡ଼ିବନି ବୋଲି ସଂଘ ରୋକଠୋକ୍‌ କହିଛି। ବସ୍‌ ମାଲିକ ସଂଘର ଏହି ଧମକ ରାଜ୍ୟ ପରିବହନ ବିଭାଗର ପୁଣିଥରେ ମୁଣ୍ଡ ବିନ୍ଧା ଆରମ୍ଭ କରିଛି।
୫ ଦଫା ଦାବି ପୂରଣ ନେଇ ଗତ ୩ ତାରିଖରେ ପରିବହନ ବିଭାଗ ସହ ସଂଘ ଆଲୋଚନା କରିଥିଲା। ତେବେ ଆଲୋଚନାକୁ ୫ ଦିନ ପୂରିଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ଆଜି ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ପରିଷଦର ବୈଠକ ବସିଥିଲା। ୨୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଘରୋଇ ବସ୍‌ ଗଡ଼ିବନି ବୋଲି ନିଷ୍ପତ୍ତି ନିଆଯାଇଛି।
ଟୋଲ୍ ଫି ଆଦାୟକୁ ବିରୋଧ, ଟିକସ ବ୍ୟବସ୍ଥାରେ ସୁଧାର, ବସ୍‌ଗୁଡିକରେ ପୋଲିସ ଚେକିଂ, ସହର ବାହାରେ ସିଟି ବସ୍‌ ଚଳାଚଳକୁ ବିରୋଧ କରିଛି ସଂଘ। ବିଭିନ୍ନ ଦାବି ନେଇ ୨୦୧୫ରୁ ସଂଘ ଆନ୍ଦୋଳନ କରୁଛି। ବାରମ୍ବାର ଆଲୋଚନା ହେଉଛି। ହେଲେ ଦାବି ପୂରଣ ହେଉ ନଥିବା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here