ଓଡ଼ିଶାଲାଇଭ୍‌ ବ୍ୟୁରୋ

 

କେନ୍ଦ୍ରାପଡ଼ା (ଆଳୟ ସାମନ୍ତରାୟ): ଜନୈକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବାବେଳେ ମାର୍ଶାଘାଇ ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ କଲେଜ ନିକଟରେ ଥିବା ମଦ ଦୋକାନକୁ ହଟାଇବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
ରବିବାର ଜନୈକା ଛାତ୍ରୀ କଟକ ତେଲଙ୍ଗା ପେଣ୍ଠରୁ ମାର୍ଶାଘାଇର ଗୋପିନାଥରକୁ ଫେରୁଥିଲେ। ଭୁତମୁଣ୍ଡାଇଠାରେ ବସ୍‌ରୁ ଓହ୍ଲାଇ ଯଦୁପୁର ଗୋଡାକୁ ଆସୁଥିଲେ। ଏହି ସମୟରେ ଜଣେ ଯୁବକ ଛାତ୍ରୀଙ୍କୁ ଏକୁଟିଆ ଦେଖି ନିଛାଟିଆ ସ୍ଥାନକୁ ନେଇଯାଇ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି ଗୋପିନାଥ କଲେଜ ଛାତ୍ରଛାତ୍ରୀମାନେ ଆଜି ରାସ୍ତା ରୋକ୍ କରିଛନ୍ତି।
ଛାତ୍ରଛାତ୍ରୀଙ୍କ ଏହି ଧାରଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଦସ୍ୟ ରଜନିକାନ୍ତ ନାୟକ ଓ ଭାଜପା ନେତା ବିଷ୍ଣୁ ଦାସ ସମର୍ଥନ ଜଣାଇଛନ୍ତି। ଧାରଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ କେଦାରନାଥ ସାହୁ, ମହାକାଳପଡ଼ା ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here