ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଛି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ। ଏହା ୩ ଦିନ ଧରି ଚାଲିବ। ଏବର୍ଷ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତିକୁ ଜାତୀୟ ସ୍ତରରେ ଅନ୍ୟତମ ମୁକ୍ତି ସଂଗ୍ରାମ ଭାବରେ ପାଳନ କରାଯାଉଛି। ଏଥିପାଇଁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ଏହି ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ପାଇକ ବିଦ୍ରୋହ କିଭଳି ବ୍ରିଟିଶ ଶାସକଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିଲା ତାହା ଲୋକଲୋଚନକୁ ଅଣାଯିବ।
ଏଥିପାଇଁ ବିଭିନ୍ନ ଅଧିବେଶନରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସାଧାରଣ ସଭା ଓ ନାଟକ ପରିବେଷଣ କରି ଲୋକଙ୍କ ମନରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରାଯିବ। ଉତ୍ସବର ପ୍ରଥମ ଦିନରେ ପାରମ୍ପରିକ ଢଙ୍ଗରେ ଖୋର୍ଦ୍ଧାରୁ ବରୁଣେଇ ଯାଏଁ ଏକ ଜ୍ୱଳନ୍ତ ମଶାଲ ଶୋଭାଯାତ୍ରା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାଇକ ବାହିନୀ ସଭାସ୍ଥଳକୁ ଆସିଥିଲା। ଉତ୍ସବର ଅନ୍ୟ ଏକ ଆକର୍ଷଣ ହେଉଛି ଶତାବ୍ଦୀର କଳାକାର ପକ୍ଷରୁ ପରିବେଷଣ ହେବାକୁ ଥିବା ନାଟକ ‘ମହାସଂଗ୍ରାମର ମହା ନାୟକ’।
କ୍ରୀଷ୍ଣା ଡ୍ୟାନ୍ସ ଗ୍ରୁପ ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା ଛଉ ନୃତ୍ୟ, ଗୋଟିପୁଅ ଦଳ ନୃତ୍ୟ ପରିବେଷଣ କରିବେ। ବିଭିନ୍ନ ସମୟରେ ଦେଶତମବୋଧକ ସଂଗୀତ ପରିବେଷଣ କରିବେ କଳାକାର।
ପାଇକ ବିଦ୍ରୋହ ସମ୍ପର୍କରେ ଏକ ଜନସମାବେଶ ମଧ୍ୟ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here