ଓଡ଼ିଶାଲାଇଭ୍‌ ବ୍ୟୁରୋ

ବକ୍ସର ବିଜେନ୍ଦର ସିଂ ଆଜି ରାହୁଲ ଗାନ୍ଧିଙ୍କୁ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତରରେ ରାହୁଲ କହିଛନ୍ତି, ଯେବେ ବାହାଘର ହେବା କଥା ହେବ। ଆଉ ମୁଁ ମୋ ଭାଗ୍ୟ ଉପରେ ବିଶ୍ବାସ କରେ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଭାଗ୍ୟ ଉପରେ ଅଧିକ ବିଶ୍ବାସ କରନ୍ତି। ଏହା ଅନେକ ବ୍ୟକ୍ତି ଜାଣି ନଥିଲେ ମଧ୍ୟ ରାହୁଲ ନିଜେ ଏହି କଥାକୁ ସ୍ବୀକାର କରିଛନ୍ତି। ପିଏଚଡି ଏକ୍ସଲେନ୍‌ସ ଆଓ୍ବାର୍ଡ-୨୦୧୭ରେ ଯୋଗଦେବା ଅବସରରେ ରାହୁଲ ଏହା କହିଛନ୍ତି।
ଏହି ଉତ୍ସବରେ ବକ୍ସର ବିଜେନ୍ଦର ସିଂହ ରାହୁଲଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ। ପ୍ରଥମ ପ୍ରଶ୍ନ ସ୍ପୋର୍ଟସ୍‌ ଉପରେ ରହିଥିବା ବେଳେ ଦ୍ବିତୀୟ ପ୍ରଶ୍ନ ଥିଲା ତାଙ୍କ ବାହାଘର ଉପରେ। ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ୍।
ପ୍ରଶ୍ନ ନଂ ୧: କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ମୁଁ କୌଣସି ସ୍ପୋର୍ଟସ୍ ଖେଳିବାର ଦେଖିନାହିଁ। ଯଦି ଆପଣ ପ୍ରଧାନମନ୍ତ୍ରୀ ହେବେ କ୍ରୀଡାର ବିକାଶ କେମିତି କରିବେ?
ରାହୁଲ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। କହିଥିଲେ, ମୁଁ ଆଇକିଡୋରେ ବ୍ଲାକ ବେଲ୍ଟ ପାଇଛି। ଏହାସହ ମୁଁ ନିୟମିତ ବ୍ୟାୟାମ କରେ, ପହଁରେ, ସାଇକେଲ ଚଲାଇବା ସହ ଦୌଡ଼ିଥାଏ। ଏସବୁ ଅଭ୍ୟାସ ମୁଁ ପ୍ରତିଦିନ କରୁଥିଲି। କିନ୍ତୁ ଗତ ୪ ମାସ ହେଲା ଏହା କରିପାରୁନି।
ପ୍ରଶ୍ନ ନଂ-୨: ଆପଣ କେବେ ବିବାହ କରିବେ? ପ୍ରଧାନମନ୍ତ୍ରୀ ହେବା ପରେ ନା ପୂର୍ବରୁ?
ଏହାର ଉତ୍ତର ଦେଇ ରାହୁଲ କହିଥିଲେ ଯେ, ଏହା ହେଉଛି ପୁରୁଣା ପ୍ରଶ୍ନ। ମୁଁ ମୋ ଭାଗ୍ୟ ଉପରେ ବିଶ୍ବାସ କରିଥାଏ। ଏଣୁ ଯେବେ ବାହାଘର ହେବା କଥା ହେବ।
ରାହୁଲଙ୍କଠାରୁ ଏହି ଉତ୍ତର ପାଇବା ପରେ ବିଜେନ୍ଦର କହିଥିଲେ ଯେ, ଆପଣ ଏହି କଥାର ଭିଡିଓ ଅପ୍‌ଲୋଡ଼ କରନ୍ତୁ। ଲୋକେ ଆପଣଙ୍କଠାରୁ ପ୍ରେରଣା ପାଇବେ।
ଏହି ଅବସରରେ ରାହୁଲ ମୋଦି ସରକାର ଉପରେ ବର୍ଷିଥିଲେ। କହିଥିଲେ, ଏହି ସରକାର ଉପରୁ ଲୋକଙ୍କର ଆସ୍ଥା ତୁଟିଗଲାଣି। ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ହେଲେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସବୁଦିନ ଟିଭି ଚ୍ୟାନେଲକୁ ଆସି କହୁଛନ୍ତି ସବୁ ଠିକ୍‌ଠାକ୍‌ ଅଛି।

Comment