ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ୍ୟୁର ଖେଳ ବ୍ଲୁ-ହ୍ବେଲ୍‌କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ଏହା ଏକ ଜାତୀୟ ସମସ୍ୟା। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
ଏହି ମୃତ୍ୟୁର ଖେଳ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ଏହି ଖେଳର ପ୍ରତିବାଦରେ କିଛି ଟିପ୍ପଣୀ ଏବଂ ପ୍ରାଇମ୍ ଟାଇମ୍‌ କାର୍ଯ୍ୟକ୍ରମରେ ସଚେତନତା କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦଶେ ଦେଇଛନ୍ତି। କିଛିଦିନ ତଳେ ଓଡ଼ିଶା ସମେତ ସାରା ଭାରତରେ ଏହି ଆତ୍ମଘାତୀ ଖେଳ ଆତଙ୍କ ସୃଷ୍ଟି କରିଥିଲା। ଯିଏ ଏହି ଖେଳ ସଂସ୍ପର୍ଶରେ ଆସିଲା ତାର ମୃତ୍ୟୁ ହେଉଥିଲା। ନଚେତ୍ ପିଲାଟି କ୍ଷତାକ୍ତ ହେଉଥିଲା। ଓଡ଼ିଶାରେ ଏଭଳି ଘଟଣା ଅନେକ ଦେଖିବାକୁ ମିଳିଥିଲା।
ମୃତ୍ୟୁର ଖେଳ ବ୍ଲୁ-ହ୍ବେଲ ଆରମ୍ଭ ହୋଇଥିଲା ରୁଷରୁ। ବିଶେଷକରି ମାନସିକ ବିଶାଦଗ୍ରସ୍ତ ପିଲା ଏହି ଖେଳର ଶିକାର ସହଜରେ ହେଉଥିଲେ। ଏହାପରେ ଖେଳର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା।

Comment