ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଆର୍‌ଏସ୍‌ ଆନ୍ଦୋଳନକୁ ନେଇ ଜୋର୍‌ ଧରିଲା ରାଜନୀତି
  • ଜିଆର୍‌ଏସ୍‌ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ପୋଲିସ ଲାଠିମାଡ଼କୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
  • ପ୍ରଦୀପ ମହାରଥୀ କହିଲେ ଆନ୍ଦୋଳନକୁ ଉସ୍‌କାଉଛନ୍ତି ଧର୍ମେନ୍ଦ୍ର
ବଢ଼ିଲା ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କ ଦରମା। ମୂଳ ଦରମାଠାରୁ ପ୍ରାୟ ୨ ହଜାର ଟଙ୍କା ଅଧିକ ବଢ଼ାଇଲେ ରାଜ୍ୟ ସରକାର। ବିଭିନ୍ନ ସ୍କିମ୍ ଅଧାରରେ ରାଜ୍ୟ ସରକାର ୧୮ ଶହ ଟଙ୍କା ବଢ଼ାଇଛନ୍ତି। ଏଣିକି ଗ୍ରାମ ରୋଜଗାର ସେବକମାନେ ମାସକୁ ୮, ୮୦୦ ଟଙ୍କା ପାଇବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ଏହାସହ ମହାରଥୀ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନଙ୍କୁ ଟାର୍ଗଟେ କରିଛନ୍ତି। ଜିଆର୍‌ଏସ୍‌ମାନଙ୍କ ଆନ୍ଦୋଳନ ପଛରେ ଧର୍ମନ୍ଦ୍ରେଙ୍କ ହାତ ରହିଥିବା ମହାରଥୀ କହିଛନ୍ତି।
ସ୍ଥାୟୀ ନିଯୁକ୍ତି, ମାସିକ ଦରମା ୯ ହଜାର ଟଙ୍କାକୁ ବୃଦ୍ଧି କରିବା ଦାବିରେ ଜିଆର୍‌ଏସ୍‌ମାନେ ଆନ୍ଦୋଳନ କରି ଆସୁଥିଲେ। ପୂର୍ବରୁ ମଧ୍ୟ ସଂଘ ଏନେଇ ରାଜ୍ୟ ସରକାରଙ୍କ ଆଲୋଚନା କରିଥିଲା। ହେଲେ କୌଣସି ସୁଫଳ ନମିଳିବାରୁ ସଂଘ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଥିଲା। ଶୁକ୍ରବାର ଜିଆର୍‌ଏସ୍‌ମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଲୋୟର ପିଏମ୍‌ଜିରୁ ରାଲିରେ ଆସୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିଲା। ଫଳରେ ୨୦ରୁ ଅଧିକ ଜିଆର୍‌ଏସ୍‌ ଆହତ ହୋଇଥିଲେ।
ଏହି ଘଟଣା ପରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ୍‌ଜିରେ ଆନ୍ଦୋଳନରତ ଜିଆର୍‌ଏସ୍‌ କର୍ମଚାରୀଙ୍କୁ ଭେଟିଥିଲେ। ପୋଲିସର ଲାଠି ଚାଳନାକୁ ନିନ୍ଦା କରିବା ସହ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବାକୁ କହିଥିଲେ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା। ଧର୍ମନ୍ଦ୍ରେଙ୍କୁ ସିଧାଳସଳଖ ର୍ଟାଗେଟ କରିଥିଲେ ମହାରଥୀ।
ମହାରଥୀ କହିଛନ୍ତି, “ଯଦି ରାଜ୍ୟ ସରକାର ଜିଆର୍‌ଏସ୍‌ କର୍ମଚାରୀଙ୍କ କଥା ଶୁଣୁ ନାହାନ୍ତି ତାହାଲେ କେନ୍ଦ୍ର ସରକାରଙ୍କୁ କହି ସମସ୍ୟା ସମାଧାନ କରନ୍ତୁ। ଆଉ ଏହି ଆନ୍ଦୋଳନ ପଛରେ ଧର୍ମନ୍ଦ୍ରେଙ୍କ ହାତ ରହିଛି।”

Comment