ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ନିର୍ବାଚନ ଯେତିକି ନିକଟତର ହେଉଛି ସେହି ଅନୁସାରେ ପ୍ରଚାର ମାହୋଲ ଜମୁଛି। କ୍ୟାମ୍ପେନ୍‌ ଜରିଆରେ ବିଜେପି କଂଗ୍ରେସକୁ ଘେରୁଥିବା ବେଳେ କଂଗ୍ରେସ ବିଜେପିକୁ ମୁହଁତୋଡ ଜବାବ ଦେଉଛି।

ଗୁଜୁରାଟର ଜମ୍ବୁସରରୁ ଆରମ୍ଭ ହୋଇଥିଲା କଂଗ୍ରେସର ନବସର୍ଜନ ଯାତ୍ରା। ଏହି ଅବସରରେ ରାହୁଲ ରୋଡ ସୋ କରିବା ସହ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ଗତ ସପ୍ତାହରେ ଆସିବା ବେଳେ ରାହୁଲ ଜିଏସ୍‌ଟିକୁ କଟାକ୍ଷ କରି ଗବ ସିଂ ଟାକ୍ସ କହିଥିଲେ।

ଆଜି ରାହୁଲଏ ରୋଜଗାର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ମୋଦି ସରକାରକୁ ଆସିବା ପୂର୍ବରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହୁଥିଲେ। ହେଲେ ଏବେ ମୋଦି ତାଙ୍କ ପ୍ରତିଶ୍ରୁତି ରଖିବାରେ ବିଫଳ ବୋଲି ରାହୁଲ କହିଛନ୍ତି। କିଛି ଉଦ୍ୟୋଗପତିଙ୍କୁ ଆଖିରେ ରଖି ମୋଦି ଯୋଜନା କରୁଥିବା ରାହୁଲ ଅଭିଯୋଗ କରିଛନ୍ତି।

ଜିଏସ୍‌ଟି ଉପରେ ରାହୁଲ ପୁଣି ବର୍ଷିବା ସହ ବିଶ୍ବବ୍ୟାଙ୍କ ରିପୋର୍ଟକୁ ନେଇ ରାହୁଲ ଅରୁଣ ଜେଟଲୀଙ୍କୁ ଟାର୍ଗଟେ କରିଛନ୍ତି। ଜେଟଲୀ କହିଥିଲେ ଯେ, ଇଜ୍‌ ଅଫ୍ ଡୁଇଙ୍ଗ୍ କରପସନ୍‌ର ସ୍ଥାନ ଇଜ୍‌ ଇଫ୍ ଡୁଇଙ୍ଗ ବିଜିନେସ୍‌ ନେଇଛି। ଏହାର ଜବାବରେ ରାହୁଲ କହିଛନ୍ତି ଯେ, ଭାରତ କୌଣସି ବିଦେଶୀ ସଂସ୍ଥାଠାରୁ ସାର୍ଟିଫିକେଟ ଚାହୁଁନି।

ରାହୁଲ ଯାଉଥିବା ରୋଡ ସୋରେ ଅନେକ ଶୁଭେଚ୍ଛୁ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କର କିଛି ଫ୍ୟାନ୍‌ ଗାଡ଼ି ଉପରକୁ ଆସି ରାହୁଲଙ୍କ ସହ ସେଲ୍‌ଫି ନେଇଥିଲେ। ରାହୁଲ ଗାନ୍ଧିଙ୍କୁ ଆଦିବାସୀମାନେ ସ୍ବାଗତ କରିଥିଲେ। ପାରମ୍ପରିକ ମାଣ୍ଡଭ ନାଚର ତାଳେତାଳେ ରାହୁଲଙ୍କୁ ସ୍ବାଗତ କରାଯାଇଥିଲା।

 

Comment