ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଭିନ୍ନ ରାଜ୍ୟର ବିଧାନସଭାରେ ଖାଲିଥିବା ଆସନ ପାଇଁ ଆସନ୍ତା ମାସ ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ  ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳ।

ଏହି ସମସ୍ତ ରାଜ୍ୟରେ ଗୋଟିଏ ଗୋଟିଏ ଆସନରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନ ହେବାକୁ ଥିବା ଆସନଗୁଡ଼ିକ ହେଉଛି ଛତିଶଗଡ଼ର ଦନ୍ତେୱାଡ଼ା ଆସନ, କେରଳର ପାଲା ଆସନ, ତ୍ରିପୁରାର ବଧାରଘାଟ ଆସନ ଓ ଉତ୍ତରପ୍ରଦେଶର ହମିରପୁର ଆସନ।

ସେପ୍ଟେମ୍ବର ୨୩ରେ ଏହି ସବୁ ଆସନରେ ମତଦାନ ହେବ। ଏନେଇ  ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୪ଟି ଆସନରେ ନିର୍ବାଚିତ ବିଧାୟକଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନ ହେବାକୁ ଯାଉଛି।

Comment