ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗତ ମାସ ୨୪ ତାରିଖରେ ଜାମିନ ଆବେଦନର ଶୁଣାଣି ସାରିଥିଲା। କିନ୍ତୁ ରାୟ ସଂରକ୍ଷିତ ରହିଥିଲା। ସିସୋର ସହିତ ଜମିଜମା କାରବାର ଓ ଅର୍ଥ ଅନିୟମିତତା ନେଇ ସିବିଆଇ ପକ୍ଷରୁ ବିଧାୟକ ବିଶ୍ୱାଳଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ସ୍ୱାସ୍ଥ୍ୟଗତ କାରଣ ନେଇ ତାଙ୍କ ପକ୍ଷରୁ ଜାମିନ ଆବେଦନ କରଯାଇଥିଲା। କିନ୍ତୁ ହାଇକୋର୍ଟ ଏହାକୁ ଗ୍ରହଣ କରିନହାନ୍ତି।
ତେବେ ଦୁଇ ମାସ ଭିତରେ ଏହି ତଦନ୍ତ ଶେଷ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।


















