ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପାଇକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ପ୍ରବାହ
୧୮୦୩ ଖ୍ରୀ.ଅ.– ଦେବଗ୍ରାମ ସନ୍ଧିରେ ମରହଟ୍ଟାମାନେ ଇଂରେଜମାନଙ୍କୁ ଓଡ଼ିଶା ଛାଡ଼ିଦେଲେ।
୧୮୦୩ ସେପ୍ଟେମ୍ବର ୦୮- ମାଲୁଦର ଜମିଦାର ଫତେ ମହମ୍ମଦଙ୍କ ସହାୟତାରେ ଇଂରେଜମାନଙ୍କର ଗଞ୍ଜାମ ପରିତ୍ୟାଗ କରି ପୁରୀ ଅଭିମୁଖେ ଯାତ୍ରା।
୧୮୦୩ ସେପ୍ଟେମ୍ବର ୧୫- ଇଂରେଜମାନେ ଚିଲିକା ଦେଇ ମାଣିକପାଟଣାରେ ପହଞ୍ଚିଲେ। ବିନା ଯୁଦ୍ଧ ଓ ରକ୍ତପାତରେ ମାଣିକପାଟଣା ଅଧିକାର।
୧୮୦୩ ସେପ୍ଟେମ୍ବର ୧୮- ଇଂରେଜମାନେ ମାଣିକପାଟଣାରୁ ପୁରୀ ଯାଇ ପହଞ୍ଚିଲେ। ବୁଝାମଣା ମଧ୍ୟରେ ଅଧିକାର। କର୍ଣ୍ଣେଲ ହାଇକୋର୍ଟ ଓ କମିଶନର ମେଲ୍ଭିଲ୍ ସାହେବ ଶ୍ରୀମନ୍ଦିର ଦାୟିତ୍ୱ ହିନ୍ଦୁ ସୈନ୍ୟ ହସ୍ତରେ ଅର୍ପଣ କଲେ।
୧୮୦୩ ଅକ୍ଟୋବର ୧୦- ଇଂରେଜ ସୈନ୍ୟ କଟକରେ ପହଞ୍ଚିଲେ। ତା’ ପୂର୍ବରୁ କଟକର ଜନସାଧାରଣ କଟକ ଛାଡ଼ି ପଳାଇ ଯାଇଥିଲେ।
୧୮୦୩ ଅକ୍ଟୋବର ୧୩- ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କଲେ।
୧୦୮୩ ଅକ୍ଟୋବର ୨୩- ବାରବାଟୀ ଦୁର୍ଗ ପାର ହେଲା ପରେ ଇଂରେଜ ସୈନ୍ୟମାନେ ବଡ଼ମୂଳଘାଟି ପାରି ହେବା ବେଳେ ରାଜା ମୁକୁନ୍ଦଦେବଙ୍କ ସହାୟତା ଲୋଡିଲେ।
୧୮୦୪- ଲୁଣ ମରା ଆଇନ୍ ପ୍ରଚଳନ।
୧୮୦୪ ଡିସେମ୍ବର ୪- ବରୁଣେଇ ଦୁର୍ଗ ଅଧିକାର।
୧୮୦୪ ଡିସେମ୍ବର ୫- ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବ ଇଂରେଜମାନଙ୍କ ଦ୍ୱାରା ବିଦ୍ରୋହୀ ଘୋଷିତ।
୧୮୦୪/୦୫- ଇଂରେଜମାନଙ୍କ ଦ୍ୱାରା ଓଡ଼ିଶାରେ ପ୍ରଥମ ବନ୍ଦୋବସ୍ତ ପ୍ରଚଳନ।
୧୮୦୫, ଜାନୁଆରୀ ୦୩- ରାଜା ମୁକୁନ୍ଦଦେବ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ।
୧୮୦୬- ଅନାଦେୟ ଖଜଣା ଯୋଗୁଁ ନିଲାମ ବ୍ୟବସ୍ଥା
୧୮୦୬ ଡିସେମ୍ବର ୦୬- ଜୟୀ ରାଜଗୁରୁଙ୍କ ବାଲେଶ୍ୱରର ମେଦିନପୁରର ବାଘତୋଟା ନାଳକୂଳରେ ଥିବା ବରଗଛରେ ଦୁଇ ଗୋଡ଼କୁ ଫାଡ଼ି ନିର୍ମମ ପ୍ରାଣଦଣ୍ଡ।
୧୮୦୭- ଲୋକନୀ ନାରାୟଣ ‘ରୋଡଙ୍ଗ’ କିଲ୍ଲା ଜୟ କଲେ
୧୮୦୭ ଡିସେମ୍ବର ୦୭- ରାଜା ମୁକୁନ୍ଦଦେବଙ୍କ ମୁକ୍ତି। ମେଜର ଫ୍ଲେଚର ଗଜପତି ରାଜ୍ୟକୁ ଖାସ୍ ମହଲରେ ପରିଣତ କଲେ ଓ ପରିଚାଳନା ଦାୟିତ୍ୱ ନିଜେ ନେଲେ।
୧୮୦୭/୦୮- ବକ୍ସି ଜଗବନ୍ଧୁଙ୍କ ଖଜଣାକୁ କାଗଜ ପତ୍ରରେ ହଡପ କରି ତାଙ୍କୁ ବାକିଦାର ବୋଲି ଦର୍ଶାଇ ଦିଆଗଲା।
୧୮୦୯- ପ୍ରଗଣା ରାହାଙ୍ଗ ଓଗେର ବିକ୍ରି ପାଇଁ ବିଜ୍ଞପ୍ତି। କୃଷ୍ଣଚନ୍ଦ୍ର ସିଂହ ଲିଜ୍ ସୂତ୍ରରେ ଗଡ଼ରୋଡଙ୍ଗକୁ କ୍ରୟ କଲେ।
-ବକ୍ସିଙ୍କ ପ୍ରତିରୋଧ। କୃଷ୍ଣଚନ୍ଦ୍ର ରୋଡଙ୍ଗ ଦଖଲ କରିପାରିଲେ ନାହିଁ।
୧୮୧୩- କୃଷ୍ଣଚନ୍ଦ୍ର ଦେବ ପୁନର୍ବାର ଲିଜ ସୂତ୍ରରେ ରୋଡଙ୍ଗ କିଲାକୁ ନିଜ ନାମରେ କରାଇ ନେଲେ।
୧୮୧୩ରୁ ୧୮୧୭ – ବକ୍ସି ଜମି ହରାଇଥିବା ଦଳେଇ, ଦଳବେହେରାଙ୍କ ସଂଗଠିତ କଲେ। ପାଇକମାନଙ୍କ ମନରେ ଅଗ୍ନି ସଂଯୋଗ କଲେ।
୧୮୧୭, ମାର୍ଚ୍ଚ ୧- ଘୁମୁସରରୁ ୪୦୦ କନ୍ଧ ଖୋରଧା ରାଜାଙ୍କୁ ସାହାଯ୍ୟ ପାଇଁ ଖୋରଧା ଆଡକୁ ଅଗ୍ରସର। ବାଟରେ ବାଣପୁର ଥାନା ପୋଡ଼ି ଓ ଖଜଣା ଲୁଟ୍।
ଅପ୍ରେଲ୍ ୧- ବିଦ୍ରୋହୀମାନଙ୍କର ଗଙ୍ଗପଡ଼ାଠାରେ ରଣ ସଜ୍ଜା।
ଅପ୍ରେଲ୍ ୭-ବିଦ୍ରୋହୀଙ୍କ ଦ୍ୱାରା ପିପିଲି ଅଧିକାର।
-ଲେଫଟନାଣ୍ଟ ଫାରିସ୍ଙ୍କୁ ଗଙ୍ଗପଡ଼ାଠାରେ ହତ୍ୟା।
ଅପ୍ରେଲ ୯- କ୍ୟାପଟେନ୍ ଲେ. ଫେଚର ୫୫୦ ସିପାହୀ ସହ ଖୋର୍ଦ୍ଧା ଯାତ୍ରା କରି ବିନା ପ୍ରତିରୋଧରେ ଖୋର୍ଦ୍ଧା ଦଖଲ।
ଅପ୍ରେଲ୍ ୦୯- ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବିପୁଳ ସଂଖ୍ୟକ ପାଇକଙ୍କ ସହ ଲୋକନାଥ ଘାଟ ପାର ହୋଇ ବକ୍ସି ପୁରୀ ପ୍ରବେଶ କଲେ।
-ଇଂରେଜ କର୍ମଚାରୀ ପୁରୀ ଛାଡ଼ି କଟକ ପଳାୟନ କଲେ।
ଅପ୍ରେଲ୍ ୧୬- କ୍ୟାପଟେନ୍ ଲେ. ଫେଚର ଖୋର୍ଦ୍ଧାଠାରୁ ପୁରୀ ଯାତ୍ରା
ଅପ୍ରେଲ୍ ୧୮- ରାଜା ମୁକୁନ୍ଦଦେବ ଓ ତାଙ୍କ ପୁତ୍ରକୁ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଲେ।
୧୮୧୭ ସେପ୍ଟେମ୍ବର ୧୩- କ୍ୟାପଟେନ କନେଟ ୨୦୦୦ ବ୍ରିଟିଶ ସୈନ୍ୟ ସହ କୁଜଙ୍ଗ ଯାତ୍ରା। ବାଲୁଙ୍କେଶ୍ୱର ଦାସ ଓ କୃପାସିନ୍ଧୁ ଛାମୁକରଣଙ୍କ ସହାୟତାରେ ବିଦ୍ରୋହ ଦମନ।
୧୮୧୮ ସେପ୍ଟେମ୍ବର ୨୦- ବୀରପୁତ୍ର ପିଣ୍ଡିକି ବାହୁବଳେନ୍ଦ୍ରଙ୍କୁ ଧରିବା ପାଇଁ ଉଦ୍ୟମ। ଅଥଚ ଧରାପଡ଼ିଲେ-ସାଧୁଚରଣ ମଙ୍ଗରାଜ, ବିଷ୍ଣୁ ପାଇକରାୟ ଓ ଧ୍ରୁବ ଜେନା।
୧୮୧୮ ନଭେମ୍ବର – ବହୁ ସଂଖ୍ୟକ ପାଇକଙ୍କ ଆତ୍ମସମର୍ପଣ
୧୮୨୦ ଜୁଲାଇ ୨୦- ବକ୍ସିଙ୍କର ଦୁଇ ପତ୍ନୀ, ନାବାଳକ ପୁତ୍ର, ଗୁମସ୍ତା, ଚାକରଙ୍କୁ ଇଂରେଜମାନେ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଲେ।
୧୮୨୦ ସେପ୍ଟେମ୍ବର ୧- ବକ୍ସିଙ୍କ ପରିବାର ମୁକ୍ତ।
୧୮୨୮ ମଇ ୨୭- ବକ୍ସିଙ୍କ ଆତ୍ମସମର୍ପଣ।
୧୮୨୭- ତାପଙ୍ଗ ଯୁଦ୍ଧ
୧୮୨୭, ମଇ ୨୩- ତାପଙ୍ଗ ଗଡ଼ର ଚିନ୍ତାମଣି ରଣସିଂହଙ୍କ ସ୍ତ୍ରୀ ହାରାମଣିଙ୍କର ସହ ଇଂରେଜମାନଙ୍କର ଝଗଡ଼ା।
ଜୁନ୍ ୧୬- ମାଧବଚନ୍ଦ୍ର ରାଉତରାୟଙ୍କ ଦ୍ୱାରା ୦୭ ଦଳବେହେରା, ୪୦ ଦଳେଇ ଓ ୦୫ କରଣଙ୍କୁ ଦୂତ ପ୍ରେରଣ
ଜୁନ୍ ୨୪- ପାଇକମାନେ ହସ୍ତେଶ୍ୱରୀ ମନ୍ଦିର ନିକଟରେ ଏକତ୍ରିତ।
ଜୁନ୍ ୨୬- ତାପଙ୍ଗ ଯୁଦ୍ଧର ପ୍ରଥମ ଦିନ। ସେନାପତି ଥିଲେ ଧନୁର୍ଜୟ ଶ୍ରୀଚନ୍ଦନ। ୧୧୫ ଇଂରେଜ ସୈନ୍ୟ ମୃତ। ୦୭ ପାଇକ ବୀରଗତି ପ୍ରାପ୍ତି ଓ ୧୭ ପାଇକ ଆହତ।
୧୮୨୭ ଜୁନ୍ ୨୭- ଉଭୟ ପକ୍ଷରୁ ୮୦ ଜଣ ମୃତ୍ୟୁ
ଜୁନ୍ ୨୮- କର୍ଣ୍ଣେଲ ହାରକୋର୍ଟଙ୍କ ତୋପରେ ସେନାପତି ଧନୁର୍ଜୟ ଶ୍ରୀଚନ୍ଦନଙ୍କ ମୃତ୍ୟୁ। ମାଧବ ଚନ୍ଦ୍ର ରାଉତରାୟଙ୍କ ସେନାପତି ପଦ ଗ୍ରହଣ।
ଜୁନ୍ ୨୯- ୫୦ ପାଇକ ଆହତ ଓ ୮୫ ଇଂରେଜ ସୈନ୍ୟ ନିହତ।
ଜୁନ୍ ୩୦- ମଙ୍ଗଳବାରେ ମାଧବ ଚନ୍ଦ୍ର ଯୁଦ୍ଧ କରନ୍ତି ନାହିଁ। ଏଣୁ ଇଂରେଜମାନେ ରାତ୍ରିରେ ମଧ୍ୟ ଯୁଦ୍ଧ ଚଳାଇଲେ। ମାଧବ ଚନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରାଗଲା (ଯାହା ସତ୍ୟ ନୁହେଁ)
ଜୁନ୍ ୩୦ ପରେ – ମାଧବ ଚନ୍ଦ୍ରଙ୍କ ଦ୍ୱାରା ଯୁଦ୍ଧ ବିରତି ଘୋଷଣା।
୧୮୨୯ ଜାନୁଆରୀ ୨୪- ବକ୍ସି ଜଗବନ୍ଧୁଙ୍କର ଇହଲୀଳା ସମ୍ବରଣ।
୧୮୩୬ ଜୁନ୍- କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ୱରେ ବିଦ୍ରୋହ ମୁଣ୍ଡ ଟେକିଲା। ଯାହାର ନାମ ‘ପଞ୍ଚୁଆ ଫତୁରୀ’।
୧୮୩୬, ଜୁନ୍ ୪,୫ ଓ ୬- ବାଣପୁର ଅଞ୍ଚଳ ୩ ଦିନ ପାଇଁ ସ୍ୱାଧୀନ ଘୋଷିତ। ରାଜା ଥିଲେ ଶରଣ ସିଂହ।


















