ପ୍ରଶାନ୍ତ କୁମାର ମଙ୍ଗରାଜ

ଓଡ଼ିଆ ପାଇକଙ୍କ ଉପାଧି କହେ ସେମାନଙ୍କ ଦକ୍ଷତା ଓ ଦାୟିତ୍ୱ

ପାଇକ ପରମ୍ପରା ବିଶ୍ୱରେ ବିଚତ୍ର। ଗୋଟିଏ ପଟେ ହଳ ଲଙ୍ଗଳ ଧରି କୃଷି କାର୍ଯ୍ୟ କରି ଖାଦ୍ୟ ଯୋଗାଣ ଓ ଅପରପଟେ ହାତରେ ଖଣ୍ଡା ଧରି ନିଜ ରାଜ୍ୟ ପାଇଁ ପ୍ରାଣମୂର୍ଚ୍ଛା ଲଢ଼େଇ। ଏ ଭାବନା କେବଳ ଓଡ଼ଖଣ୍ଡାୟତ ଅବା ଖଣ୍ଡାୟତମାନଙ୍କର ଥିଲା; ତାହା ନୁହେଁ, ଆଚାଣ୍ଡାଳ ବ୍ରାହ୍ମଣ ଏଥିରେ ନିଜକୁ ନିୟୋଜିତ କରିଥିଲେ। ଫଳସ୍ୱରୂପ ସେମାନଙ୍କୁ ମିଳୁଥିଲା ରାଜଦତ୍ତ ଜାଗିରି ଜମି ଓ ରାଜଦତ୍ତ ଅନେକ ଉପାଧି। ସେହି ଉପାଧିଗୁଡ଼ିକ ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଗଲା।

୧) ସେନାପତି ୨) ବାହିନୀପତି ୩) ନାୟକ ୪) ପଟ୍ଟନାୟକ ୫) ଦକ୍ଷିଣ କବାଟ ୬) ଉତ୍ତର କବାଟ ୭) ପଶ୍ଚିମ କାବଟ ୮) ଚମ୍ପତି ୯) ଚମ୍ପତିରାୟ ୧୦) ଗଡ଼ନାୟକ ୧୧) ଶତୃଶଲ ୧୨) ମାନଧାତା ୧୩) ବୀରବର ୧୪) ମଙ୍ଗରାଜ ୧୫) ବଡ଼ଜେନା ୧୬) ସାନଜେନା ୧୭) ହାତୀ ୧୮) ଦଳବେହେରା ୧୯) କଳାପାହାଡ଼ ୨୦) ସାମନ୍ତରାୟ ୨୧) ସାମନ୍ତସିଂହାର ୨୨) ସ୍ୱରୂପ ରାଉତ ୨୩) ରାଉତରାୟ ୨୪) ମାହୁନ୍ତ ୨୫) ପାଇକରାୟ ୨୬) ଝପଟସିଂହ ୨୭) କହଲ ସିଂହ ୨୮) ଜୟସିଂହ ୨୯) ସିଂହ ୩୦) ବଳିୟାର ସିଂହ ୩୧) କୋଦମାସିଂହ ୩୨) ରଣସିଂହ ୩୩) ପାହାଡ଼ାସିଂହ ୩୪) ପାଲଟାସିଂହ ୩୫) ରାୟସିଂହ ୩୬) ରାଟ ସିଂହ ୩୭) ରାୟଟ ସିଂହ … (ଇତ୍ୟାଦି)

(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍)

Comment