ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାହୁଲ ଗାନ୍ଧି ବିଜେପି ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସମ୍ବିଧାନ ବର୍ତ୍ତମାନ ବିପଦରେ ପଡ଼ିଛି। ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଏବେ ନଷ୍ଟ ହେବାକୁ ବସିଛି ଓ ଭାରତର ନାଗରିକଙ୍କ ସ୍ୱାର୍ଥ ରକ୍ଷା କରିବା କଂଗ୍ରେସର ଦାୟିତ୍ୱ ବୋଲି କହିଛନ୍ତି ରାହୁଲ।

କଂଗ୍ରେସର ୧୩୩ତମ ସ୍ଥାପନା ଦିବସ ପାଳନ ଅବସରରେ ରାହୁଲ କହିଛନ୍ତି ଯେ ଭାରତର ମୌଳିକ ଢାଞ୍ଚାକୁ ନଷ୍ଟ କରିବା ପାଇଁ ବିଜେପି ଗୋପନୀୟ ଭାବେ କାମ ଚଳାଇଛି।

ରାହୁଲ କହିଲେ, “ଆଜି ଦେଶରେ ଯାହା ବି ହେଉଛି ତାହା ଧୋକାର ଗୋଟିଏ ଗୋଟିଏ ଜାଲ।”

ବିଜେପି କ୍ଷମତା ପାଇଁ ମିଥ୍ୟାର ଆଶ୍ରୟ ନେଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ନିର୍ବାଚନରେ ଦଳ ହୁଏତ ଭଲ ପ୍ରଦର୍ଶନ କରିପାରିନାହିଁ କିନ୍ତୁ ସତ ରାସ୍ତାରୁ କଂଗ୍ରେସ କେବେ ବି ହଟିବ ନାହିଁ ବୋଲି ସେ କହିଛନ୍ତି।

Comment