ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ପାଇଁ ଖେଳ ଅପେକ୍ଷା ବିବାହ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା। ବୁଧବାର ଦିନ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ ଏ କଥା କହିଛନ୍ତି।
ସେ କହିଛନ୍ତି ଯେ ବିବାହ ପାଇଁ ତିନି ସପ୍ତାହର ଛୁଟି ଦକ୍ଷିଣ ଆଫ୍ରିକା ଗସ୍ତ କ୍ଷେତ୍ରରେ କିଛି ପ୍ରଭାବ ପକାଇବ ନାହିଁ। କହିରଖୁ ଯେ ଅନୁଷ୍କା ଶର୍ମାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବିରାଟ ଶ୍ରୀଲଙ୍କା ସହିତ ଦିନିକିଆ ମ୍ୟାଚ ଖେଳି ନ ଥିଲେ।
ବିବାହ ଆଡମ୍ବର ପରେ କ୍ରିକେଟକୁ ଫେରିବା କେତେ କଠିନ ହେବ ବୋଲି ପ୍ରଶ୍ନ କରିଥିଲେ ସାମ୍ୱାଦିକ। ଏହାର ଉତ୍ତରରେ ବିରାଟ କହିଲେ “କିଛି କଷ୍ଟ ହେବ ନାହିଁ, ବିବାହ ସହିତ ଖେଳର କିଛି ନେଣଦେନ୍ ନାହିଁ। କ୍ରିକେଟ ମୋ ରକ୍ତରେ ଓ ଯେହେତୁ ଟିମ୍ ଇଣ୍ଡିଆ ଓ ମ୍ୟାନେଜମେଣ୍ଟ ଏକ ହୋଇରହିଛନ୍ତି ଟିମ୍ ପାଇଁ ମୋ ସାମୟିକ ଅନୁପସ୍ଥିତି କିଛି ଅସୁବିଧା ସୃଷ୍ଟି କରିବ ନାହିଁ।”
ବିରାଟ ବାହାଘର ପାଇଁ ହୁଏତ ବ୍ୟସ୍ତ ଥିଲେ କିନ୍ତୁ ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ମାନସିକ ପ୍ରସ୍ତୁତି ଚଳାଇଥିଲେ ବୋଲି ସାମ୍ବାଦିକଙ୍କୁ କହିଥିଲେ।


















