ଓଡ଼ିଶାଲାଇଭ୍‍ ବ୍ୟୁରୋ

ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।

ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତିନି ତଲାକ୍‌କୁ ନେଇ ଯେଉଁ ବିଲ୍ ଆଗତ କରିଛନ୍ତି, ତାକୁ ସେ ପ୍ରଶଂସା କରିଛନ୍ତି।

ଇଶରତ୍ କହିଛନ୍ତି ବିଜେପିର ମହିଳାମୋର୍ଚ୍ଚାରେ ସେ କାର୍ଯ୍ୟ କରିବେ। ଇଶରତଙ୍କ ସମେତ ପାଞ୍ଚ ଜଣ ତିନି ତଲାକ ବିରୋଧରେ ଆବେଦନ କରିଥିଲେ। ଇଶରତଙ୍କୁ ତାଙ୍କ ସ୍ଵାମୀ ୨୦୧୪ ମସିହାରେ ଟେଲିଫୋନ୍ ଯୋଗେ ତିନି ଥର ତଲାକ୍ ତଲାକ୍ ତଲାକ୍ କହି ବିବାହ ବିଚ୍ଛେଦ ଘଟାଇଥିଲେ। ୨୦୧୭ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ତିନି ତଲାକ୍‌କୁ ବେଆଇନ ଘୋଷଣା କରିଛନ୍ତି।

Comment