ଓଡ଼ିଶାଲାଇଭ୍‍ ବ୍ୟୁରୋ

ପୁଣି ଫେରିଛି ଶୀତ। ଖସୁଛି ପାରଦ। ସାରା ଓଡ଼ିଶା ଶୀତରେ ଥରୁଛି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହୁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ୯ଟି ସହରର ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ତଳେ ରହୁଥିବା ବେଳେ ୧୪ ସହରର ତାପମାତ୍ରା ୧୨ ଡିଗ୍ରୀରୁ କମ୍ ରହୁଛି। ଫୁଲବାଣୀରେ ସର୍ବନିମ୍ନ ୫ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୧୧.୯, ଭୁବନେଶ୍ୱରରେ ୧୧.୯, କେନ୍ଦୁଝର ୧୦.୪, ଝାରସୁଗୁଡା ୧୦.୬. ସମ୍ବଲପୁର ୧୧.୫, ସୁନ୍ଦରଗଡ଼ ୮.୫, ହୀରକୁଦ ୯.୧, ବାରିପଦା ୧୧.୨, ଭବାନୀପାଟଣା ୧୧, ବଲାଙ୍ଗୀର ୧୧.୫, ସୁବର୍ଣ୍ଣପୁର ୧୧.୪ ଓ କୋରାପୁଟର ତାପମାତ୍ରା ୧୧.୫ ଡିଗ୍ରୀ ଥିବା ରେକର୍ଡ କରାଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ର ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ପାଣିପାଗରେ ସେଭଳି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Comment