ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ନିୟୋଜିତ ହେବେ ୫୫ ହଜାର କର୍ମଚାରୀ
  • ତୁରନ୍ତ ପଦକ୍ଷେପ ପାଇଁ ସବୁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ

ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥାର ଟିକିଏ ହେଲେ ବି ଊଣା ହେବ ନାହିଁ। ଊଣା ହେଲେ ବରଦାସ୍ତ କରାଯିବ ନାହିଁ। ଶୃଙ୍ଖଳିତ ଭାବେ ବର୍ଷକ ୨୩୧ ଦିନ ନିୟମିତ ଶୌଚାଳୟ ପରାସ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅର୍ଥରୁ ଭରଣା କରିବେ ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟରେ ସଫେଇ କର୍ମଚାରୀ ନିୟୋଜିତ ହେବେ।

ଏହି କର୍ମଚାରୀ ବର୍ଷକୁ ୨୩୧ ଦିନ କାର୍ଯ୍ୟ କରିବେ। ତାଙ୍କୁ ମୋଟ୍ ୧୧,୫୫୦ଟଙ୍କା ପାରିଶ୍ରମିକ ବାବଦରେ ପ୍ରଦାନ କରାଯିବ। ଦୈନିକ ସଫେଇ ପାଇଁ ସାବୁନ୍ ବ୍ରସ୍ ଓ ଅନ୍ୟାନ୍ୟ ଜିନିଷ କିଣା ବାବଦରେ ୨୦ଟଙ୍କା ଦିଆଯିବ। ଗୋଟିଏ ବିଦ୍ୟାଳୟରେ ବର୍ଷକୁ ୧୬,୧୭୦ଟଙ୍କା ଖର୍ଚ୍ଚ କରାଯିବ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ପରିମଳ ବ୍ୟବସ୍ଥା  ଶୋଚନୀୟ ହୋଇପଡ଼ୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା।

ଦିନକୁ ୨ଥର ବିଦ୍ୟାଳୟର ଶୌଚାଳୟ ସଫା କରାଯିବ। ରାଜ୍ୟରେ ଥିବା ୫୫ହଜାରରୁ ଅଧିକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫାସୁତୁରା ରଖିବା ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓପେପା ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟର ସମସ୍ତ ଜିଲ୍ଳାପାଳମାନଙ୍କୁ ଚିଠି ଲେଖିଛନ୍ତି। ଯେଉଁ ବିଦ୍ୟାଳୟରେ ବିଦ୍ୟୁତ୍ ଓ ପାଣିର ସୁବିଧା ନାହିଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Comment