ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କୁ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ଋଣ ଅର୍ଥମଞ୍ଜୁର କରିଛି ନାବାର୍ଡ ଦେଇଛି ୩୭୨ କୋଟିର ଆର୍ଆଇଡିଏଫ୍ ଋଣ। ଏହି ଟଙ୍କାରେ ରାଜ୍ୟରେ ଜଳସେଚନ ଓ ଗ୍ରାମାଞ୍ଚଳରେ ପୋଲ ନିର୍ମାଣ କରାଯିବ।
୧୩୦.୧୭ କୋଟି ଟଙ୍କାରେ ୧୭୩୨୨ ଘରୋଇ ଉଠାସେଚନ ପ୍ରକଳ୍ପ, ବୋରୱେଲ୍ ଆଦି ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ କରାଯାଇ ୩୬୪୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହାଦ୍ୱାରା ରାଜ୍ୟର ୪୦ହଜାର ଚାଷୀ ଲାଭବାନ୍ ହୋଇପାରିବେ।
ବିଜୁ ସେତୁ ଯୋଜନାରେ ୧୪ଟି ଗ୍ରାମୀଣ ପୋଲ ନିର୍ମାଣ ପାଇଁ ୨୪୨.୩୪ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଋଣ ଟଙ୍କାରେ ୬୨୨୨.୮୯ ମିଟରର ପୋଲ ନିର୍ମାଣ ହେବ। ଏହି ପୋଲ ନିର୍ମାଣ ଶେଷ ହେଲେ ୩୨୨ଟି ଗାଁର ୪ଲକ୍ଷ ୫୬ ହଜାର ଲୋକ ଯାତାୟାତ ସୁବିଧା ପାଇପାରିବେ।


















