ମୃଣାଳ ଚାଟ୍ଟାର୍ଜୀ

ଓଡ଼ିଶାର ବହୁ ଅଞ୍ଚଳରେ ଯାତାୟାତର ମୁଖ୍ୟ ମାଧ୍ୟମ ହେଲା ବସ। ବସରେ ଦୂର ଜାଗାକୁ ଗଲାବେଳେ ଗୋଟେ ବଡ଼ ସମସ୍ୟା ହେଲା: ଲୋକ ପରିସ୍ରା କରିବ କେଉଁଠି? ବସ୍ କେଉଁଠି ଅଟକିଲେ ପୁରୁଷ ଲୋକ ରାସ୍ତାକଡ଼କୁ ଧାଇଁ ଯାଇ ଯାହା ଯେମିତି କରି ସେ କାର୍ଯ୍ୟଟି ସାରୁଛନ୍ତି, ମହିଳାମାନେ କରିବେ କ’ଣ? କୌଣସି ସଭ୍ୟ ଦେଶରେ ଝାଡ଼ା ପରିସ୍ରା ପାଇଁ ଲୋକଙ୍କୁ ଏମିତି କଲବଲ ହେବାକୁ ପଡ଼େନିା

ରାସ୍ତାରେ ଗଲାବେଳେ କଥା ଛାଡ଼ନ୍ତୁ, ସାରା ଓଡ଼ିଶାରେ କ୍ୱଚିତ୍ ବସଷ୍ଟାଣ୍ଡରେ ସାଧାରଣ ଯାତ୍ରୀଙ୍କ ଝାଡ଼ା ପରିସ୍ରା ଯିବା ପାଇଁ ପରିସ୍କାର ପରିଚ୍ଛନ୍ନ ବ୍ୟବସ୍ଥା ରହିଛିା ଯେଉଁଠି ବ୍ୟବସ୍ଥା କିଛି କରାଯାଇଛି, ସେଠି ରକ୍ଷଣାବେକ୍ଷଣ ଏତେ ଖରାପ, ଯେ ଲୋକ ସେଠିକି ଯିବା ପୂର୍ବରୁ ପାଞ୍ଚ ଥର ଭାବିବ। କେତେକ ଜାଗାରେ ସେ ବ୍ୟବସ୍ଥା ହିଁ ଆଉ ନାହିାଁ ଅନ୍ୟାନ୍ୟ ଜାଗା କଥା କ’ଣ କହିବି, ରାଜ୍ୟର ସବୁଠାରୁ ବଡ଼ ବସଷ୍ଟାଣ୍ଡ୍ – କଟକ ବାଦାମବାଡ଼ି ବସଷ୍ଟାଣ୍ଡ ପାଖ ସୁଲଭ ଶୌଚାଳୟରେ ପୁରୁଷ ପରିସ୍ରାଗାରଟି ଦୋକାନ ଘର ଦ୍ୱାରା ଅବରୁଦ୍ଧା ଏଥିକୁ କାହାରି ନଜର ପଡ଼ୁନି?

ଏବେ ଓଡ଼ିଶାର ବହୁ ଜାଗାରେ ଚଉଡ଼ା ରାସ୍ତା ହୋଇଛିା ଏମିତି ବିଳାସବହୁଳ ବସ୍‍ ସବୁ ହୋଇଛି ଯେ ଲୋକେକାରରେ ଯିବାଠୁଁ ସେଥିରେ ଯିବାକୁ ପସନ୍ଦ କରିବୋ ସରକାର ବି ଚାହୁଁଛନ୍ତି ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟ ବେଶି ବ୍ୟବହାର କରନ୍ତୁା ସେଥିରେ ତେଲ ବଞ୍ଚିବା ବିଶ୍ୱ ଉଷ୍ମୀକରଣ କମ ହେବା ହେଲେ ଲୋକଙ୍କର ମୌଳିକ ଜୈବିକ ଆବଶ୍ୟକତାକୁ ଧ୍ୟାନ ଦିଆଯାଉନାହିଁ।

ରାସ୍ତା ମଝିରେ ମଝିରେ ଗୋଟେ ଗୋଟେ ଜାଗାରେ ପବ୍ଲିକ ୟୁଟିଲିଟିଜ୍‍ କମ୍ପଲେକ୍ସ କରାଯାଇପାରନ୍ତାନି! ସେଠି ପରିଷ୍କାର ପରିଚ୍ଛନ୍ନ ଶୌଚାଳୟ ଥିବା ରେସ୍ତୋରାଁ ଅବା କିଛି ଷ୍ଟେସନାରି ଦୋକାନ କି ଔଷଧ ଦୋକାନ ରୁହନ୍ତା, ସେଠି ବସ କିଛି ସମୟ ରହିପାରନ୍ତା। ମୁମ୍ବାଇରୁ ପୁନେ ଯିବା ବାଟରେ ବେଶ କେତୋଟି ଜାଗାରେ ଏମିତି ଅଛିା ତାକୁ ସେଠି କହନ୍ତି ଫୁଡ୍‌ ଷ୍ଟପ୍‍। ସେମିତି ବାରିପଦା-ଭୁବନେଶ୍ୱର, ରାଉରକେଲା-ସମ୍ବଲପୁର- ଭୁବନେଶ୍ୱର ମଝିରେ କରିହୁଅନ୍ତାନି! ସେଥିରେ ଯାତ୍ରୀମାନଙ୍କର ସୁବିଧା ହେବା ଏସବୁ ଦୋକାନ ଚାଲିବା ଫଳରେ କିଛି ଲୋକଙ୍କର ରୋଜଗାର ବି ହେବ। ଯାତ୍ରୀମାନେ ପଇସା ଖର୍ଚ୍ଚ କରିବାକୁ ବି ରାଜିା କିନ୍ତୁ ପରିଷ୍କାର ପରିଚ୍ଛନ୍ନ ପରିବେଶ ଓ ବ୍ୟବସ୍ଥା ଦରକାର।

ଦାନ୍ତ ଡାକ୍ତରଙ୍କ ସିନେମା

କିଡନି-ରାକେଟ କଥା ମନେଅଛି ଆପଣମାନଙ୍କର? ଖବରକାଗଜରେ ପଢ଼ିଥିଲି କିଡନି ଚୋର ଡାକ୍ତର ଅମିତ କୁଆଡ଼େ ସିନେମା ବି କରୁଥିଲୋ ଗୋଟେ ସିନେମା ସେ କରିଥିଲେ: ଖୁନିରାତ୍‍। ସେ ଯେଉଁ କାରବାର କରୁଥିଲେ, ସେଥିରେ ସିନେମାର ନାଁ ହେବା ଉଚିତ ଥିଲା: ଖୁନି ଡାକ୍ତରା

ଏଥିରୁ ମୋର ମନେ ହେଲା ଦାନ୍ତ ଡାକ୍ତର ଯଦି ସିନେମା କରିବେ, ତେବେ କିନାଁ ଦେବେ? କେତୋଟି ଆଇଡିଆ:

ଦାନ୍ତଓ୍ୱାଲା

ଦାନ୍ତ ହୋନା ହୋ

ଜାନମ୍ ବ୍ରସ୍‌ କରୋ

ଆ ଅବ୍‌ କ୍ଲିନିକ୍‌ ରେ

କଭି ଟିଥ୍‍ କଭି ଗମ୍

ହମାରା ଦାନ୍ତ ଆପ୍‌କେ ପାସ୍ ହୈ

ଧନରେ ରଖିବୁ ଦାନ୍ତ ମୋର

ମୋର ତ ଦାନ୍ତ ବଥା ହେଲାରେ

ବାଦାମବାଲା

ଏବେ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ଆଉ ଇଡ୍‌କଲ ପ୍ରେକ୍ଷାଳୟ ସାମନାରେ ଜଣେ ମଡର୍ଣ୍ଣ ବାଦାମବାଲାକୁ ଦେଖିଲିା ସେ ଠେଲାରେ ବାଦାମ ଆଣିନିା ଆଣିଛି ବ୍ୟାଗ୍‌ରେ। କାଗଜଠୁଙ୍ଗାରେ ପ୍ରି-ପ୍ୟାକ୍ଡା ଠୁଙ୍ଗା ଭିତରେ ଟିକି ପୁଡ଼ିଆରେ ଲୁଣ ଲଙ୍କାଗୁଣ୍ଡ ବି ରହିଛିା ରାସ୍ତା ଉପରେ ଠିଆ ହୋଇ ସେ କବିତା ବୋଲୁଛି:

ସା’ରେ

ବାଦାମ ଆଣିଛି ବ୍ୟାଗରେ

ଏବେ ନିଅ ଦେବି ଶସ୍ତାରେ

ମିସ୍‌କଲ୍‌ ମାରିବନି ପଛରେ

ମୁଁ ଜାଣେ ଏ ଲେଖା ପଢ଼ିବା ପରେ କାଲିଠୁଁ ସେ ତା’ କବିତାରେ ଏ ଦୁଇ ଲାଇନ୍‌ ନିଶ୍ଚୟ ଯୋଡ଼ିଦେବ:

ସାରେ

ଦେଖ ମୁଁ କେତେ ଫେମସ୍

ମୋ ବିଷୟରେ ଖବର ବାହାରିଛି ୱେବସାଇଟ୍‌ରେ

ଲାଞ୍ଜଖଣ୍ଡ

ଭୁବନେଶ୍ୱରରେ ବହୁତ ଗୁଡ଼ାଏ ସୁଦର୍ଶନ ଟାଉନ୍‌ ବସ୍ ଚାଲିଲାଣିା ଭଲ ଦିଶୁଛି, ସୁବିଧା ବି ହୋଇଛିା ବସଷ୍ଟପଗୁଡ଼ିକ ବି ବେଶପୋଷାକ ହୋଇ, ଚେୟାର ପଡ଼ି ସୁନ୍ଦର ଦିଶୁଛନ୍ତିା ହେଲେ ବସଷ୍ଟପଗୁଡ଼ିକରେ ଜାଗାରନାମ ଲେଖା ହୋଇନି କି ସେଠି କେତେ ନମ୍ବର ବସ୍ ଆସିବ ଓ କୁଆଡ଼େ ଯିବ ତାହା ଲେଖା ହୋଇନିା ନୂଆ ଲୋକଙ୍କୁ ଭାରି ହଇରାଣା ସହର ପ୍ରଶାସକମାନଙ୍କୁ ଅନୁରୋଧ: ଏତିକି କାମ କରନ୍ତୁ ସାର୍।

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment