ପ୍ରଶାନ୍ତ କୁମାର ମଙ୍ଗରାଜ

ସାହିତ୍ୟରେ ଓଡ଼ିଆ ଝିଅଙ୍କ ଗାରିମା ଶୁଣିଲେ ଚକିତ ଲାଗିବ। ଆମେ ଓଡ଼ିଶା ମାଟିରେ ଓଡ଼ିଆ ଝିଅଙ୍କୁ ଗଳ୍ପ ପଢ଼ାଇବାକୁ ପ୍ରଚେଷ୍ଟା କରୁଥିବା ବେଳେ ଏଇ ମାଟିର ଶିଶୁ ଅନୁଷା ଗଳ୍ପ ଲିଖନ ପ୍ରତିଯୋଗିତାରେ ଭାଗ ନେଇ ବିଦେଶ ମାଟି ଆମେରିକାରେ ପୁରସ୍କୃତ ହେବା ଅତ୍ୟନ୍ତ ଗର୍ବର ବିଷୟ।

ଆମେରିକାର ପେଙ୍ଗୁଇନ୍ ପବ୍ଲିକେସନ୍ ଦ୍ୱାରା ଆୟୋଜିତ ଜାତୀୟ ଲିଖନ ପ୍ରତିଯୋଗିତାରେ ଅନୁଷାଙ୍କ ଗଳ୍ପ ଶ୍ରେଷ୍ଠ ବିବେଚିତ ୫ଟି ଗଳ୍ପ ମଧ୍ୟରେ ସ୍ଥାନ ପାଇଛି। ପୁରସ୍କାରରେ ତାଙ୍କୁ ‘ଗୋଲଡେନ୍ ଟିକେଟ୍’ ଓ ୫୦୦ ଡଲାର ମିଳିଛି। ଏଥିସହିତ ତାଙ୍କ ପରିବାରଙ୍କୁ ଅଂଶସ୍ୱରୂପ ଇଂଲଣ୍ଡ, ଫ୍ରାନ୍ସ ଏବଂ ଜର୍ମାନୀ ଭ୍ରମଣ ପାଇଁ ସୁଯୋଗ ମିଳିଛି। ଅନୁଷାଙ୍କ ଗଳ୍ପର ନାଟ୍ୟ ରୂପାନ୍ତର ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ପ୍ରଭୃତି ଦେଶରେ ପ୍ରଦର୍ଶିତ କରାଯିବ।

ଅନୁଷାଙ୍କ ବାପା ନିହାର ରଞ୍ଜନ ସେନାପତି ଓ ମାଆ ସେଫାଳି ଆମେରିକାରେ ବୋଷ୍ଟନ ସହରରେ ରୁହନ୍ତି। ଅନୁଷା ଓଡ଼ିଶା ମାଟିକୁ ଏବେ ଫେରିଛନ୍ତି। ତାଙ୍କର ଏହି ସୃଜନଶୀଳତା ପାଇଁ ଓଡ଼ିଶାର ଅନେକ ବୁଦ୍ଧିଜୀବୀ ପ୍ରଶଂସା କରୁଛନ୍ତି।

Comment