ଓଡ଼ିଶାଲାଇଭ୍ ବ୍ୟୁରୋ

ଖାକି ପୋଷାକରେ ଥିବା ବ୍ୟକ୍ତି ଜଣକୁ ଦେଖିଲେ, ବିପଦରେ ଥିବା ଲୋକଟି ଶାନ୍ତିରେ ନିଃଶ୍ଵାସ ମାରେ। କାରଣ ସେ ହେଉଛି ଦେଶର ରକ୍ଷକ। ତେବେ ସେହି ରକ୍ଷକ ଯଦି ଭକ୍ଷକ ସାଜେ ତେବେ ଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଙ୍କି ମାରିବାଟା ସ୍ଵାଭାବିକ। ଏମିତି ଏକ ଘଟଣା ଘଟିଛି ଗ୍ରେଟର ନୋଏଡାରେ।

ଗୌତମ ବୁଦ୍ଧ ନଗର ସେଲ୍ସଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଡେପୁଟେସନରେ ଯାଇଥିବା ଜଣେ ୪୫ବର୍ଷୀୟ ବରିଷ୍ଠ କନେଷ୍ଟବଳ ମାତ୍ର ୧୦ଟଙ୍କା ଲୋଭ ଦେଖାଇ ଜଣେ ୭ବର୍ଷୀୟ  ବାଳିକାକୁ ତା’ ସାନ ଭାଇ ସମ୍ମୁଖରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ସୁଭାଷ ସିଂହ ଅଧଘଣ୍ଟା କାଳ ବାଳିକାଟି ଉପରେ ଅତ୍ୟାଚାର କରିବା ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକ ସବୁ ଧାଇଁ ଆସିବାରୁ ସେ ଖସି ପଳାଇ ଯାଇଥିଲେ।

ପୀଡିତାଙ୍କ ପରିବାର ଏବଂ ସ୍ଥାନୀୟ ଅଧିବାସୀମାନେ ତାଙ୍କୁ ଜୋତା ଚପଲରେ ପିଟିବା ସହ ପୁଲିସରେ ଦେଇଥିଲେ। ତାଙ୍କୁ ଗିରଫ୍ କରାଯାଇଥିବା କଥା ସୁରଜପୁର ଥାନା ଏସ୍ଏଚ୍ଓ ସୁରୁଜ ପ୍ରଧାନ ସୂଚନା ଦେଇଛନ୍ତି।

Comment