ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ କରାଯିବ। ବର୍ତ୍ତମାନ ଗୁଜରାଟ ରାଜ୍ୟପାଳ ଓମ୍‌ ପ୍ରକାଶ କୋହଲିଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

କିଛିଦିନ ହେଲା ଆନନ୍ଦିବେନ୍ ପଟେଲଙ୍କୁ ରାଜ୍ୟପାଳ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଆନନ୍ଦିବେନ୍ ପଟେଲ୍ ରାଜ୍ୟପାଳ ହେବା ପାଇଁ ସହମତି ପ୍ରକାଶ କରିବା ପରେ ଏନେଇ ଶୁକ୍ରବାର ଘୋଷଣା କରାଯାଇଛି। ଖୁବଶିଘ୍ର ଆନନ୍ଦିବେନ୍‌ଙ୍କୁ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆନନ୍ଦିବେନ୍‌ଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କିନ୍ତୁ ବ୍ୟକ୍ତିଗତ କାରଣ ପାଇଁ ଆନନ୍ଦିବେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆନନ୍ଦିବେନ୍‌ଙ୍କ ପରେ ବିଜୟ ରୂପାଣିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ନିକଟରେ ଶେଷ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନ ବି ଆନନ୍ଦିବେନ୍ ଲଢ଼ି ନଥିଲେ।

Comment