ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଜୟଦେବ ଭବନରେ ଜନରାଜ୍ୟ ଦିବସ ଅବସରରେ ଓଡ଼ିଶା ପୋଲିସ ପକ୍ଷରୁ ସାହସିକତା ଓ ଉଲ୍ଲେଖନୀୟ ସେବା ଲାଗି ୫୬ ଜଣ ପୋଲିସକୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ଏହି ସଭାରେ ରାଜ୍ୟପାଳ ଏସ୍.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ ସମ୍ବଲପୁର ଏସପି ସଞ୍ଜୀବ ଆରୋରା, ନର୍ଥ ସେଣ୍ଟ୍ରାଲ ଜୋନର ଡିଆଇଜି ଯତୀନ୍ଦ୍ର କୋୟଲ ପ୍ରମୁଖଙ୍କୁ ରାଜ୍ୟପାଳ ପଦକରେ ସମ୍ମାନିତ କରାଯାଇଛି।

ରାଜ୍ୟପାଳ ଏସ୍.ସି. ଜମିର ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ଜେଲ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ସାହସିକତା ପାଇଁ ୧୭ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ଓ ଜଣଙ୍କୁ ରାଷ୍ଟ୍ରପତି ପଦକ ସେବା ମିଳିଛି।

ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ୧୧ ଜଣ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

Comment