ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍ ହେବାକୁ ଯାଉଛି ବୁଲେଟିନ୍ ଆପ୍। ଏହି ଆପ୍ ସହାୟତାରେ ୟୁଜର୍ସ ନିଜ ସହରର ଖବରକୁ ତତ୍‌କ୍ଷଣାତ୍ ସାରା ବିଶ୍ଵରେ ପହଞ୍ଚାଇପାରିବେ।

ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଗୁଗୁଲ୍‌ ଲଞ୍ଚ୍ କରିଛି ଗୋଟିଏ ନୂଆ ଆପ୍। ଏହି ଆପ୍‌ର ନାଁ ରହିଛି ‘ବୁଲେଟିନ୍’। ଏହି ଆପ୍ ଜରିଆରେ ନିଜ ଇଲାକାରେ ଘଟୁଥିବା ଘଟଣାକୁ ସ୍ମାର୍ଟଫୋନ୍ ଦ୍ଵାରା ପୋଷ୍ଟ୍ କରିପାରିବେ ଗ୍ରାହକ।

‘ବୁଲେଟିନ୍’ ଆପ୍ ଜରିଆରେ ବ୍ୟବହାରକାରୀ ନିଜ ମୋବାଇଲ୍ ଦ୍ଵାରା ସିଧା ଫଟୋ, ଭିଡ଼ିଓ କିମ୍ବା ମେସେଜ୍ ୱେବ୍ରେ ପୋଷ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ବ୍ଲଗ୍ କିମ୍ବା ୱେବ୍‌ସାଇଟ୍‌ର ଆବଶ୍ୟକତା ନଥିଲା ଭଳି ଅନୁଭବ ହେବ। ବୁଲେଟିନ୍ ଖବର ଗୁଡିକ ସର୍ବସାଧାରଣ ଦେଖିପାରିବେ। ଏହାସହ ଗୁଗୁଲ୍ ସର୍ଚ୍ଚ ଜରିଆରେ ଆକ୍ସେସ୍ ମଧ୍ୟ କରାଯାଇପାରିବ।

ଆପ୍ ବାବଦରେ ଗୁଗୁଲ୍ କହିଛି “ଏହି ଆପ୍ ଦ୍ଵାରା ଆପଣଙ୍କ ଆଖପାଖ ସମାଜରେ ନିତିଦିନ ଘଟୁଥିବା ଖବର ମଧ୍ୟ ପ୍ରକାଶ କରାଯାଇପାରିବ। ଯେଉଁ ଖବର ଲୋକଲୋଚନକୁ ଆସିପାରୁ ନାହିଁ ସେ ଖବରକୁ ଲୋକଲୋଚନକୁ ଆଣିବାକୁ ହେଲେ ଏହି ଆପ୍ ସହାୟତା ନେଇପାରିବେ।“

ବର୍ତ୍ତମାନ ଏହି ଆପ୍‌କୁ ଅକ୍‌ଲାଣ୍ଡ ଓ କାର୍ଲିଫର୍ଣ୍ଣିଆ ଆଦି ଦେଶରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି। ଖୁବ୍‌ଶିଘ୍ର ଅନ୍ୟ ଦେଶଗୁଡିକରେ ବି ଏହି ଆପ୍ ଲଞ୍ଚ୍ କରାଯିବ ବୋଲି ଗୁଗୁଲ୍‌ ପକ୍ଷରୁ ସୂଚନା ମିଳିଛି।

Comment