ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ବହୁ ଚର୍ଚ୍ଚିତ କୁନୁ ପଣ୍ଡା ଓରଫ୍ ତନ୍ମୟ ପଣ୍ଡା ହତ୍ୟାକାଣ୍ଡର ତନଘନା କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ଜଡ଼ିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି।
ସେମାନେ ହେଲେ ତେଲେଙ୍ଗାସାହିର ଭାତ ମୁର୍ମୁ(୨୯), ବାବୁରାମ ରାଓଙ୍କ ପୁତ୍ର ବାବୁ ଓରଫ୍ ଚନ୍ଦ୍ର ରାଓ(୨୮), ଚାନ୍ଦିପୁର ଥାନା ନନଗୁଣ୍ଡି ଗ୍ରାମର ଦୁଷ୍ମନ୍ତ ଜେନାଙ୍କ ପୁତ୍ର ଅଭି ଜେନା(୩୨)ଙ୍କୁ ପୋଲିସ ଗିରଫ କରିଛି।
ଅନ୍ୟ ୮ ଜଣ ଜୁଆନ ଓରଫ କୈଳାସ ଦାସ, କାଳିଆ ଓରଫ ଜୀବନଜ୍ୟୋତି ପାତ୍ର, ପପୁ ଓରଫ ମନୋଜ ଳେଙ୍କା, ମୂରଲି ଦାସ, ସଂଜୀବ ସ୍ୱାମୀ, ଶିବ ଦାସ, ହାଉଦା ଲେଙ୍କା, ମଣ୍ଡୁରୁ ଲେଙ୍କା ଫେରାର ଥିବା ଆଜି ବାଲେଶ୍ୱର ଏସପି ନୀତିଶେଖର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଜାନୁଆରି ମାସ ୨୪ ତାରିଖ ଦିନ କୁନୁ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଶିଳ୍ପାଂଚଳ ଥାନାରେ କେସ୍ ନଂ ୭/୨୦୧୮ ଆଇପିସି ଧାରା ୩୦୨, ୧୨୦-ବି ଏବଂ ୩୪ ଓ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫ ଓ ୨୭ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିଲା। ପୂର୍ବ ଶତ୍ରୁତା ଓ ଜମିଜମା ଗଣ୍ଡୋଗୋଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


















