ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ବିଳମ୍ବିତ ରାତିରେ ତାଇୱାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୬.୪। ଏହି ଭୂକମ୍ପରେ ବଡ଼ ଧରଣର କ୍ଷତି ହୋଇଥିବା ଅନୁମାନ କରାଯାଉଛି। ହୁଆଲିଏନ୍‌ ସହରର ଦୁଇଟି ଷ୍ଟାର ହୋଟେଲ ଦୋହଲି ଯାଇଛି। ସେଥିମଧ୍ୟରୁ ଗୋଟିଏ ହୋଟେଲର କିଛି ଅଂଶ ଭୁଶୁଡ଼ି ଯାଇଥିବା ସ୍ଥାନୀୟ ନ୍ୟୁଜ୍ ଏଜେନ୍ସୀ ସୂତ୍ରରୁ ଜଣାପଡ଼ିଛି।

ସ୍ଥାନୀୟ ସମୟ ୧୧ଟା ୫୦ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଆମେରିକା ନ୍ୟୁଜ୍ ଏଜେନ୍ସୀ ସୂତ୍ରରୁ ଜଣାପଡ଼ିଛି।

ହୁଆଲିଏନ୍ ସହରଠାରୁ ୨୦ କିମି ଦୂର ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ  ବୋଲି କୁହାଯାଉଛି। ଭୂକମ୍ପରେ ଯେଉଁ ହୋଟେଲ ଦୋହଲି ଯାଇଛି ସେଥିରେ ପ୍ରାୟ ୩୦ ଲୋକ ଥିଲେ। ଏହି ଲୋକମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବାହାରକୁ ଅଣାଯାଉଛି। ତେବେ ସେମାନଙ୍କ ମଧ୍ୟରେ ୨ ଜଣ ପ୍ରାଣ ହରାଇଥିବା କୁହାଯାଉଛି। ରବିବାର ମଧ୍ୟ ଏହି ଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା।

୧୯୯୯ରେ ଏହି ଦେଶରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ୨୪୦୦ ଲୋକଙ୍କର ପ୍ରାଣହାନୀ ଘଟିଥିଲା।

Comment