ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର ଫକିରମୋହନ କଲେଜର ଖେଳ ପଡ଼ିଆର ଉନ୍ନତିକରଣ, ନୂତନ ଶ୍ରେଣୀ ଗୃହ ଓ ବାଳିକା ସାଧାରଣ ପ୍ରକୋଷ୍ଠର ଶିଳାନ୍ୟାସ କରିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। ଖେଳପଡ଼ିଆର ଉନ୍ନତିକରଣ ପାଇଁ  ୬,୮୦,୧୦୦୦ ଟଙ୍କା ଅଟଳଳ କରାଯାଇଥିବା ବେଳେ ନୂତନ ଶ୍ରେଣୀ ଗୃହ ଓ ବାଳିକା ସାଧାରଣ ପ୍ରକୋଷ୍ଠ ପାଇଁ ୩୫ ଲକ୍ଷ ଟଙ୍କା ଅଟକଳ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ, ନଗରପାଳ ଆଲୋକ କୁମାର ସାହୁ, ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମୟ ଦାସ ଅଧିକାରୀ, ଫକିରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ସେଠୀ,  ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନ, ରାସ୍ତା ଓ ଗୃହ ନର୍ମାଣ ବିଭାଜନର ର୍ନିବାହୀ ଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ନିର୍ବାହୀ ଯନ୍ତ୍ରୀ ଅଭିରାମ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment