ଓଡ଼ିଶାଲାଇଭ୍‌ ବ୍ୟୁରୋ

“କୌଣସି ସଂସ୍ଥାର ଦକ୍ଷତା ବୃଦ୍ଧି ପାଇଁ ଅତି କମ୍‍ରେ ଛଅଟି ସ୍ତରକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେଗୁଡ଼ିକ ହେଲା ସଂସ୍ଥାର ସଂସ୍ଥାପିତ କ୍ଷେତ୍ର(ଡୋମେନ୍‍), ସାଜସରଞ୍ଜାମ,(ଟୁଲ୍‍), ପ୍ରକ୍ରିୟା ଓ ଶୈଳୀ, ଗୁଣବତ୍ତା, ନୂଆ ଭାବନା ଏବଂ ବ୍ରାଣ୍ଡିଂ। ଏସବୁକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ପାଇଁ ଆନ୍ତରିକ ଉଦ୍ୟମ ଆବଶ୍ୟକ”, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ  ଡକ୍ଟର ସୁବ୍ରତ ବାଗ୍‍ଚୀ।

ସିସ୍ବାଇଏସ୍‌ଡିର ୩୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସିୱାଇଏସ୍‍ଡ଼ିର ମାର୍ଗଦର୍ଶକ ଜଗଦାନନ୍ଦଙ୍କ ସଭାପତିତ୍ୱରେ ‘ବିଲଡିଂ ମେମୋରେବଲ୍‍ ଇନଷ୍ଟଚ୍ୟୁସନ୍ସ’ ଶୀର୍ଷକ  ବକ୍ତୃତାମାଳା ଅନୁଷ୍ଠିତ  ହୋଇଥିଲା। ଏଥିରେ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସୁବ୍ରତ ବା୍‌ଚୀ କହିଥିଲେ ଯେ ସିୱାଇଏସ୍‍ଡ଼ି ଦୀର୍ଘ ୩୬ବର୍ଷର  ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରି ନିଜର ଏକ ଭାବମୁର୍ତ୍ତି ତିଆରି କରିପାରିଛି। ଯାହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ସିଓ୍ବାଇଏସ୍‌ଡି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ। ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ସଂଗଠନ ଏବଂ ଗୋଷ୍ଠୀ ବିକାଶରେ ସମସ୍ତେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ମାର୍ଗଦର୍ଶକ ଏବଂ ନୀତି ଆୟୋଗର ଷ୍ଟାଣ୍ଡିଂ କାଉନସିଲ ସଦସ୍ୟ ଜଗଦାନନ୍ଦ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକ ପରିବେଶ ସନ୍ତୁଳନ ରକ୍ଷା ଦିଗରେ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିବାକୁ ହେବ।  ଗ୍ରାମୀଣ ସ୍ତରରେ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ପାଇଁ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହେବା ଦରକାର।

ଏହି ଅବସରରେ ‘ଓଡ଼ିଶାରେ ଆଦିବାସୀ ବିକାଶ’ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ଆଦିବାସୀ ଗବେଷଣା ଓ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଏ.ବି.ଓତା ଯୋଗଦେଇ କହିଥିଲେ ଯେ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ବିକାଶମୂଳକ ପରିଯୋଜନା ହୋଇଛି। ଓଡ଼ିଶାରେ ଆଦିବାସୀ ନୀତି ଅଣାଯିବାର ଅନେକ ପ୍ରାସଙ୍ଗିକତା ରହିଛି। ଅନ୍ୟତମ ଆଲୋଚକ ସନ୍ଦୀପ ପଟ୍ଟନାୟକ କହିଥିଲେ ଯେ ପେସା ଆଇନ ଅନୁଯାୟୀ ଆଦିବାସୀମାନେ ନିଜର ପ୍ରଥା, ପରମ୍ପରାକୁ ବଜାୟ ରଖି ପ୍ରାକୃତିକ ସମ୍ବଳକୁ ବିନିଯୋଗ କରିବା ସହିତ ବୁଝାମଣା କରି ଆସୁଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ୱାଇ. ଗିରି ରାଓ, ବସନ୍ତ କୁମାର ନାୟକ, ଦୀନେଶ ବାଲମ୍‍ ଓ ମୀନା ଦାଶମହାପାତ୍ର ପ୍ରମୁଖ ଆଦିବାସୀଙ୍କ ଜୀବନଜୀବିକା, ସେମାନଙ୍କ ଜୀବନର ମାନଦଣ୍ଡ ଏବଂ ପେସା ଆଇନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନାରୀ ଶକ୍ତି-୨୦୧୭ ସମ୍ମାନ ବିଜୟିନୀ ସମାଜସେବୀ ସାବରମତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comment