ଓଡ଼ିଶାଲାଇଭ୍‌ ବ୍ୟୁରୋ

-ଏପ୍ରିଲ ୨୫ ତାରିଖରେ ହେବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା। ଏନେଇ ସିବିଏସ୍‌ଇ କର୍ତ୍ତୃପକ୍ଷ ଶୁକ୍ରବାର ଅପରାହ୍ଣରେ କରିଛନ୍ତି ଘୋଷଣା। ତେବେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଗଣିତ ପରୀକ୍ଷା ଜୁଲାଇ ମାସରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

-ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି କେ ହରିପ୍ରସାଦ। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜିତେନ୍ଦ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।

-ଚନ୍ଦ୍ରଶେଖର ସାହୁଙ୍କ ସମେତ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଆଉ ୩ ନେତା। ଏହି ନେତାଙ୍କ ଇସ୍ତଫା ପରେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପିସିସି ନେତୃତ୍ୱ ଉପରେ ପୁଣି ବର୍ଷିଛନ୍ତି। କହିଛନ୍ତି, ଏମାନଙ୍କ ଇସ୍ତଫା ଦଳ ପାଇଁ କ୍ଷତି ହୋଇପାରେ।

-ଭୁବନେଶ୍ୱରରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ। କଡ଼ା ସୁରକ୍ଷା ବଳ ଭିତରେ ସୁଶାନ୍ତଙ୍କୁ ବଲାଙ୍ଗିର ଜେଲ୍‌ରେ ହାଜର କରାଗଲା। ବଲାଙ୍ଗିର ସ୍ଥାନାନ୍ତର ପାଇଁ କଟକ ଜେଏମ୍‌ଏଫ୍‌ସି କୋର୍ଟ ଦେଇଥିଲେ ଅନୁମତି। ଜେଲ୍‌ରେ ରହି ଅପରାଧିକ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ ଥିଲା।

-ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ର ଛାନ୍‌ଭିନ୍‌ କରୁଛି ଦିଲ୍ଲୀ ପୋଲିସ। ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଦିଲ୍ଲୀ ପୋଲିସ ୪ ଘଣ୍ଟା ଧରି ଜେରା କରିଛି। ପ୍ରଶ୍ନପତ୍ର ପିଛା ୩୫ ହଜାର ଟଙ୍କା କାରବାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ଦେଶରେ ରାଜନୀତି ପାଣିପାଗ ଉଷ୍ମ ରହିଛି।

Comment