ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରି ବିଜେଡି ଆଜି ରାଜ୍ୟବ୍ୟାପି ପ୍ରତିବାଦ କରିବ। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଜନଜାଗରଣ କରିବେ। ଏହାସହ ଲୋକଙ୍କୁ ତେଲ ଦର ବୃଦ୍ଧି ସମ୍ପର୍କରେ ସଚେତନ କରିବା ପାଇଁ ଲିଫ୍‌ଲେଟ୍ ବଣ୍ଟନ କରିବେ।

ଶନିବାର ପୂର୍ବାହ୍ଣ ୯ଟାରୁ ଆରମ୍ଭ ହେବ ଜନଜାଗରଣ। ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି କର୍ମୀ ଲୋକଙ୍କୁ ଲିପ୍‌ଲେଟ୍ ବଣ୍ଟନ କରିବେ। କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି ସମ୍ପର୍କରେ ସଚେତନ କରିବେ।

ଭୁ୍ବନେଶ୍ୱରର ୧୩ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡି କର୍ମୀ ଲୋକଙ୍କୁ ସଚେତନ କରିବେ।

-ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ

-କଳିଙ୍ଗ ଷ୍ଟାଡିୟମ ନିଟକ ପେଟ୍ରୋଲ ପମ୍ପ୍,

-ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ

-ୟୁନିଟ୍-୨ ଭାରତ ପେଟ୍ରୋଲ ପମ୍ପ

-ୟୁନିଟ୍-୩ ରାମମନ୍ଦିର ସମ୍ମୁଖ ପେଟ୍ରୋଲ ପମ୍ପ

-ବାଣିବିହାର ଛକ ପେଟ୍ରୋଲ ପମ୍ପ

-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ପେଟ୍ରୋଲ ପମ୍ପ

-କଳ୍ପନା ଛକ ପେଟ୍ରୋଲ ପମ୍ପ

-ଖଣ୍ଡଗିରି ଛକ ପେଟ୍ରୋଲ ପମ୍ପ

-କଟକ ରୋଡ ଚିନ୍ତାମଣିଶ୍ବର ପେଟ୍ରୋଲ ପମ୍ପ

-ଖଣ୍ଡିଗରି ଛକ ପେଟ୍ରୋଲ ପମ୍ପ

ଗତ ୪ ବର୍ଷ ଭିତରେ କେନ୍ଦ୍ର ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିଛନ୍ତି। ଏହାର ପ୍ରତିବାଦ କରି ଆସିଛି ବିଜେଡି। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିଲା।

Comment