ଓଡ଼ିଶାଲାଇଭ୍‌ ବ୍ୟୁରୋ  

କାନ୍ଦବୋବାଳିରେ କମ୍ପି ଉଠୁଛି ହିମାଚଳ ପ୍ରଦେଶର ଖୁଓ୍ଵାରା ଗାଁ। ପୁରା ପରିବେଶ ଶୋକାଭିଭୂତ ହୋଇପଡ଼ିଛି। ନିଜ ପିଲାକୁ ହରାଇ ମା’ ଆଖିରୁ ଲୁହ ଶୁଖୁନି। ମଙ୍ଗଳବାର ଦିନ ମୃତ ପିଲାମାନଙ୍କର ଶବଗୁଡ଼ିକୁ ଏକତ୍ର କରି ଗାଁ ମଶାଣିକୁ ନିଆଯିବାର ଦୃଶ୍ୟ ଉପସ୍ଥିତ ଗ୍ରାମବାସୀଙ୍କ ପାଇଁ ଥିଲା ବେଶ୍‌ ହୃଦୟ ବିଦାରକ।

ହିମାଚଳ ପ୍ରଦେଶରେ ଏକ ସ୍କୁଲ ବସ୍‌ ଭାରସାମ୍ୟ ହରାଇ ଖାଲରେ ଖସିପଡ଼ିବାରୁ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୩୦ ଜଣ ପ୍ରାଣ ହରାଇଛନ୍ତି। ଏହି ଭୟାନକ ଦୁର୍ଘଟଣାରେ କେବଳ ଖୁଓ୍ଵାରା ଗାଁର ୧୩ଜଣ ପିଲା ଓ ଜଣେ ଯୁବତୀଙ୍କୁ ହରାଇଛି। ମଙ୍ଗଳବାର ଦିନ ୧୪ଜଣଙ୍କ ଶବକୁ ଏକାଠି କରି ଗାଁ ମଶାଣିରେ ଦାହ କରାଯାଇଥିଲା। ଏହି ପିଲାମାନଙ୍କୁ ହରାଇ ପୁରା ଗାଁ ଶୋକାଭିଭୂତ ହୋଇପଡ଼ିଛି।

୪ ରୁ ୧୨ ବର୍ଷ ବୟସ୍କ ଏହି ପିଲାମାନଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ଖୁଓ୍ଵାରା ଗାଁ ସମେତ ଆଖପାଖ ଗାଁରୁ ହଜାର ହଜାର ଜନତା ମଶାଣିରେ ସମବେତ ହୋଇଥିଲେ।

ହିମାଚଳ ପ୍ରଦେଶ ହାଇକୋର୍ଟ ନାଗପୁର ସ୍କୁଲ୍‌ ବସ୍‌ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାର ସ୍କୁଲ୍‌ ପରିଚାଳନା କମିଟିକୁ ନୋଟିସ୍‌ ଦେଇଛନ୍ତି।

 

Comment