ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
  • ଇବ୍‌ ସେତୁ ଲୋକାର୍ପଣ କଲେ
  • ଆଇଆଇଏମ୍‌ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ
  • ରେଙ୍ଗାଳି-ସପ୍‌ନେ ବାଇପାସ୍ ରାସ୍ତାର ଶିଳାନ୍ୟାସ

ଦିନିକିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଇବ୍‌ ନଦୀରେ ନିର୍ମିତ ସେତୁ ଲୋକାର୍ପିତ କରିଛନ୍ତି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଏବଂ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକକୁ ଏହି ସେତୁ ସଂଯୋଗ କରୁଛି।

ଏହି ସେତୁ କାର୍ଯ୍ୟକ୍ଷମ ହେଲେ ସମ୍ବଲପୁରରୁ ଝାରସୁଗୁଡ଼ାର ବେଲପାହାଡ, ଲଖନପୁର ମଧ୍ୟରେ ଦୂରତା କମିବ। ହୀରକୁଦ ବନ୍ଧ ଯୋଗୁଁ ବୁଡ଼ିଯାଇଥିବା ଐତିହ୍ୟ ସମ୍ପନ୍ନ ରମ୍ପେଲା ଗାଁ ଉପରେ ସେତୁ ଲୋକାର୍ପିତ ହୋଇଛି।

୨.୫ କିଲୋମିଟର ବିଶିଷ୍ଟ ସେତୁ ପାଇଁ ୧୧୭.୫୦ କୋଟି ଟଙ୍କା ବ୍ୟୟ କରାଯାଇଛି।

ସମ୍ବଲପୁର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଆଇଆଇଏମ୍‌ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହାସହ ରେଙ୍ଗାଳି-ସପ୍‌ନେ ବାଇପାସ୍ ରାସ୍ତାର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here