ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପ୍ରେମ’ ଏକ ଏମିତି ଶକ୍ତିଶାଳୀ ଭାବପ୍ରବଣତା ଯାହା ରୋକିବା କଷ୍ଟକର। କେତେବେଳେ କାହାକୁ ପ୍ରେମ ହୋଇଯାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରେମ ପାଇଁ ନା କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ ନା ଥାଏ କୌଣସି ବୟସ ମାପକାଠି। ଦୁଇ ହୃଦୟର ମିଳନରୁ ଗଢ଼ିଉଠେ ପ୍ରେମ।

‘ପ୍ରେମ’ ଏକ ଏମିତି ଶକ୍ତିଶାଳୀ ଭାବପ୍ରବଣତା ଯାହା ରୋକିବା କଷ୍ଟକର। କେତେବେଳେ କାହାକୁ ପ୍ରେମ ହୋଇଯାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରେମ ପାଇଁ ନା କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ ନା ଥାଏ କୌଣସି ବୟସ ମାପକାଠି। ଦୁଇ ହୃଦୟର ମିଳନରୁ ଗଢ଼ିଉଠେ ପ୍ରେମ। ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି ବାଂଲାଦେଶରେ। ସମାଜ, ପରିବାର ଓ ନିଜ ପିଲାଙ୍କ ବିରୋଧ ସତ୍ତ୍ୱେ ୫୦ ବର୍ଷ ବୟସରେ ବି ପ୍ରେମକୁ ପାଇବାକୁ ଅଣ୍ଟା ଭିଡ଼ିଛନ୍ତି କୋମଲା ନାମକ ଜଣେ ବିଧବା ମହିଳା। ସବୁ ବାଧାବିଘ୍ନକୁ ଅତିକ୍ରମ କରି କୋମଲା ନିଜ ପ୍ରେମକୁ ସାର୍ଥକ କରିଛନ୍ତି।

ବାଂଲାଦେଶର ଜଣେ ଫଟୋଗ୍ରାଫର ଜିଏମବି ଆକାଶ ନିଜର ଫେସବୁକ୍‌ ପେଜ୍‌ରେ କୋମଲାଙ୍କ ପ୍ରେମ କାହାଣୀକୁ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କମ୍ ବୟସରେ କୋମୋଲାଙ୍କ ବିବାହ ହୋଇଥିଲା। ମାତ୍ର ୨୫ ବର୍ଷ ବୟସରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କୁ ହରାଇ ସେ ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଯାଇଥିଲେ। ନିଜ ପିଲାଙ୍କ ଏବଂ ପରିବାରର ଭରଣପୋଷଣ କରିବା ପାଇଁ କୋମଲାଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା।

ଗତ ୨୦ ବର୍ଷ ହେଲା ବ୍ରେଡ୍ ଏବଂ ଅଣ୍ଡା ବିକ୍ରି ନିଜ ପିଲାଙ୍କୁ ପ୍ରତିପୋଷଣ କରି ଆସୁଥିଲେ। ବହୁତ ପରିଶ୍ରମ କରି ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେଥିରୁ ଯାହା ଲାଭ ମିଳିଲା, ସେହି ଟଙ୍କାରେ ନିଜ ଗାଁରେ ଜମି କିଣି ଘର କଲେ ଓ ନିଜ ପିଲାଙ୍କର ବିବାହ କରାଇଲେ।

ଦିନେ ତାଙ୍କ ରେଷ୍ଟୁରାଣ୍ଟକୁ ଜଣେ ମଜୁରିଆ ଖାଇବା ପାଇଁ ଆସିଥିଲେ। ପ୍ରଥମ ନଜରରେ କୋମୋଲା ସେହି ମଜୁରିଆଙ୍କୁ ଏତେ ପସନ୍ଦ ଆସିଥିଲେ ଯେ ସେ ତାଙ୍କୁ ଦେଖାକରିବା ପାଇଁ ପ୍ରାୟ ସବୁଦିନ ରେଷ୍ଟୁରାଣ୍ଟକୁ ଆସିବା ଆରମ୍ଭ କରିଦେଲେ।

କୋମୋଲାଙ୍କୁ କାମରେ ମଧ୍ୟ ସାହାଯ୍ୟ କଲେ ସେ। ରେଷ୍ଟୁରାଣ୍ଟରେ କଂସାବାସନ ଧୋଇବା କାମ ବି ସେ କରିଦେଉଥିଲେ। ସେମାନଙ୍କ ମଧ୍ୟରେ ଧିରେଧିରେ ପ୍ରେମ ସମ୍ପର୍କ ସ୍ଥାପନ ହେଲା। ଦିନେ ମଜୁରିଆ ଜଣକ କୋମୋଲାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ।

ଏଘଟଣା ସମ୍ପର୍କରେ କୋମୋଲାଙ୍କ ପରିବାର ଲୋକ ଜାଣିପାରି ସେମାନେ ଏହାର ପ୍ରତିବାଦ କଲେ। ଆଉ ସେହି ମଜୁରିଆଙ୍କୁ ମାଡ଼ ମାରି ତଡ଼ିଦେଇଥିଲେ। ପ୍ରକୃତ ପ୍ରେମ କେବେ କାହାକୁ ଡ଼ରେନା। ଏଣୁ କିଛି ଦିନ ବ୍ୟବଧାନରେ ପୁଣିଥରେ ମଜୁରିଆ ଜଣକ କୋମୋଲାଙ୍କ ପାଖକୁ ଆସି ତାଙ୍କୁ ବିବାହ କରିବା ପାଇଁ ଆଉଥରେ ପ୍ରସ୍ତାବ ଦେଇଥିଲେ। ଏଥର କିନ୍ତୁ କୋମୋଲା ସମାଜ ଏବଂ ତାଙ୍କ ପରିବାରର ବିରୋଧରେ ଯାଇ ତାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ୫ ବର୍ଷ ହେଲା ଏକା ସାଙ୍ଗରେ ରହିଆସୁଛନ୍ତି।

Comment