ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗୀଙ୍କ ନୂଆ ନିୟମ: ପ୍ରେମ ପାଇଁ ଆଧାର ଲିଙ୍କ୍!

ଲଭ୍‌-ରୋମାନ୍ସ-ରାଜନୀତି-ଦୁର୍ନୀତି କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ଯୋଗୀ। ୨୦ ତାରିଖରେ ପରଦାକୁ ଆସୁଛି ଏହି ପ୍ରତୀକ୍ଷିତ ଓଡ଼ିଆ ସିନେମା।

ବିଜେପିର ମିଶନ-୨୦୧୯

୨୦୧୯ ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି। ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହା ଏଣିକି ମାସକୁ ୫ଟି ଲୋକସଭା ଆସନ ଉପରେ ଫୋକସ୍ କରିବା ପାଇଁ ଯୋଜନା କରିଛନ୍ତି। ଏହି ଅଭିଯାନର ମୂଳଦୁଆ ଓଡ଼ିଶାରୁ ପକାଇଛନ୍ତି ଶାହା।

ଓଡ଼ିଶା କଂଗ୍ରେସ: ପ୍ରଭାରି ମାଳମାଳ

ଓଡ଼ିଶା କଂଗ୍ରେସରେ ପ୍ରଭାରି ମାଳମାଳ। ପୂର୍ବରୁ ଜଣେ କିମ୍ବା ଦୁଇ ଜଣ କେନ୍ଦ୍ର ନେତାରେ କାମ ହେଉଥିଲା। ହେଲେ ଏବେ ଚାରି ଜଣ କେନ୍ଦ୍ର ନେତା ଓଡ଼ିଶା କଂଗ୍ରେସ କଥା ବୁଝିବା ପାଇଁ ନିୟୋଜିତ ହୋଇଥିବାରୁ ଦଳର ଭାଗ୍ୟ କ’ଣ ହେଉଛି ତା’ ଉପରେ ନଜର।

ସାବଧାନ! ଭୁଲ ରିଟର୍ଣ୍ଣ ଦାଖଲ କଲେ ସରକାରୀ କର୍ମଚାରୀଙ୍କୁ ଦଣ୍ଡ

ଏବେଠାରୁ ସାବଧାନ ହୋଇଯାଅନ୍ତୁ। ଯେଉଁ ସରକାରୀ କର୍ମଚାରୀ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ ବେଳେ ଆୟକୁ ଏପଟ ସେପଟ କରି ଦେଖାଇବେ ଆୟକର ବିଭାଗ ସେମାନଙ୍କୁ ଧରିବ। ରିଟର୍ଣ୍ଣରେ ଭୁଲ ଥିଲେ ବି ଅସୁବିଧା।

ଏଟିଏମରେ ଟଙ୍କା ନାହିଁ

ଦେଶରେ ପରିସ୍ଥିତି ସାଂଘାତିକ। ଟଙ୍କାର ସଙ୍କଟ ଦେଖାଦେଇଛି ଦେଶରେ। ବିମୁଦ୍ରାକରଣକୁ ଦେଢ଼ ବର୍ଷ ପୂରିଥିଲେ ବି ଟଙ୍କା ଅଭାବକୁ ଦୂର କରିପାରି ନାହାନ୍ତି କେନ୍ଦ୍ର ସରକାର। ଫଳରେ ଦୁଇ ଦିନ ହେଲା ଦେଶବାସୀ ଟଙ୍କା ପାଇଁ ହଇରାଣ ହେଉଛନ୍ତି।

ଯାତ୍ରା ଜଗତରେ ପ୍ରବେଶ କଲା ‘ଆଦର୍ଶ ଅପେରା’

ଓଡ଼ିଶାରେ ଯାତ୍ରାପାର୍ଟି ମାଲିକମାନେ ଲାଭ ପାଉ ନାହାନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିବାରୁ ଯାତ୍ରାପାର୍ଟି ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ହେଲେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଉ ଏକ ନୂଆ ଯାତ୍ରାପାର୍ଟି ଯାତ୍ରା ଦୁନିଆଁରେ ପ୍ରବେଶ କରିଛି। ଏହି ଯାତ୍ରା ପାର୍ଟିର ନାଁ ହେଉଛି ‘ଆଦର୍ଶ ଅପେରା’।

ବାପା ସାଜିଲା ସଇତାନ: ଝିଅର ଇଜ୍ଜତ ସହ ଖେଳିଲା ଜନ୍ମଦାତା

ଯିଏ ଜନ୍ମ ଦେଇଥିଲେ ସେ ଝିଅର ଇଜ୍ଜତ ଲୁଟିଲେ। ଏଭଳି ବର୍ବର କାଣ୍ଡ ଘଟିଛି ଭୁବନେଶ୍ୱର ଏବଂ କଳାହାଣ୍ଡି ଜିଲ୍ଲାରେ। ଭୁବନେଶ୍ୱରରେ ଝିଅ ଇଜ୍ଜତ ବାପା ଲୁଟିଥିବା ବେଳେ କଳାହାଣ୍ଡିରେ ଝିଆରୀକୁ ଦୁଷ୍କର୍ମ କରିଛି କକା। ଏହି ଖବର ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ହେଉଛି ‘ୟେ ଜନ୍ମଦାତା ନା ସଇତାନ’।

ଶଙ୍ଖ ଧରିବେ ମୁମ୍ବାଇରେ ପୂର୍ବତନ ପୋଲିସ କମିଶନର

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଆଜି ଶଙ୍ଖ  ଧରିବେ। ସୋମବାର ଅପରାହ୍ଣରେ ନବୀନ ନିବାସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସେ ବିଜେଡିରେ ମିଶିବେ। ବିଜେଡିରେ ମିଶିବା ପରେ ଅଧିକରୁ ଅଧିକ ଲୋକଙ୍କ ସହ ସେ ଯୋଡ଼ି ହୋଇ ରହିବେ ବୋଲି କହିଛନ୍ତି। ୨୦୧୯ ନିର୍ବାଚନରେ ଟିକେଟ ନେବେ କି ବୋଲି ପ୍ରଶ୍ନ ହେବାରୁ ସେ ଏ ସମ୍ପର୍କରେ କିଛି ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି।

ନୀତି ବିଭ୍ରାଟ ନେଇ ବିଧାନସଭାରେ ଅଚଳାବସ୍ଥା, ଗୃହ ଅପରାହ୍ଣ ୪ଟା ଯାଏ ମୁଲତବି

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିବୃତି ଦାବି କରି ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବିଧାନସଭାରେ ସ୍ୱାଭାବିକ କାର୍ଯ୍ୟ ଚାଲି ପାରିନାହିଁ। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ତଥାପି ପରିସ୍ଥିତି ସ୍ୱାଭାବିକ ନ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି। ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ହେବା ପ୍ରସଙ୍ଗ ନେଇ ଗୃହରେ ବିବୃତି ରଖିବାକୁ ରାଜ୍ୟ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ଦିନ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି

ଦୁଇଦିନର ବାଦ ବିବାଦ ପରେ ବୁଧବାର ଶ୍ରୀମନ୍ଦିରରେ ସକାଳୁ ନୀତି ଶୃଙ୍ଖଳିତ ଭାବେ ଚାଲିଛି। ମହାପ୍ରଭୁଙ୍କ ନୀତି ସଠିକ୍ ଭାବେ ଚାଲିବା ପାଇଁ ସମସ୍ତ ସେବାୟତଙ୍କ ମଧ୍ୟରେ ସହଯୋଗ ରହିଛି। ଏହାସହ ମହାପ୍ରସାଦ ପ୍ରସ୍ତୁତ ପାଇଁ ସୁଆର-ମହାସୁଆର ସେବାୟତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଞ୍ଚ ଦିବସୀୟ ୟୁରୋପ ଯାତ୍ରା : ଲଣ୍ଡନରେ ପହଞ୍ଚିଛନ୍ତି ମୋଦି

ପାଞ୍ଚ ଦିବସୀୟ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନରେ ପହଞ୍ଚିଛନ୍ତି। ଭାରତୀୟ ସମୟନୁସାର ବୁଧବାର ସକାଳ ୪ଟାବେଳେ ଲଣ୍ଡନରେ ପହଞ୍ଚିଛନ୍ତି ମୋଦି। କମନୱେଲଥ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେବେ। ଏହି ଅବସରରେ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେଁ, ମହାରଣୀ ଏଲିଜାବେଥ୍ ଦ୍ୱିତୀୟ, ପ୍ରିନ୍ସ ଚାର୍ଲ୍ସଙ୍କୁ ଭେଟିବେ ମୋଦି। ଏହା ସହିତ ବୁଧବାର ରାତିରେ ପ୍ରଧାନମନ୍ତ୍ରୀ ‘ଭାରତ କି ବାତ୍, ସବକେ ସାଥ୍’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ମହାସମାବେଶ: ୧୧୦ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ମହାସମାବେଶ। ବ୍ଲକ୍ ଗ୍ରାଣ୍ଟ ସ୍କୁଲ- କଲେଜର ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଏହି ସମାବେଶରେ ଯୋଗଦେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି। ସତ୍ୟପାଠ ଉଚ୍ଛେଦ ସମେତ ୬ଦଫା ଦାବି ନେଇ ଦୀର୍ଘ ଦିନ ହେବ ଶିକ୍ଷକମାନେ ଆନ୍ଦୋଳନ ଓ ଧାରଣା ଜାରି ରଖିଛନ୍ତି। ଖାତା ନଦେଖିବାରୁ ୧୧୦ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବରଯାତ୍ରୀ ବସ୍ପୋଲରୁ ଖସି ୨୧ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରେ ଘଟିଛି ମର୍ମନ୍ତୁତ ଦୁର୍ଘଟଣା। ମଙ୍ଗଳବାର ରାତି ୧୦ଟା ବେଳେ ବରଯାତ୍ରୀ ଧରି ଯାଉଥିବା ଏକ ବସ୍‌ ସିନ୍ଧ୍‌ ଜିଲ୍ଲା ଅନ୍ତର୍ଗତ ଆମେଲିଆ ଗାଁ’ ନିକଟରେ ଶୁଷ୍କ ସନ୍‌ ନଦୀର ବାଲୁକା ଶଯ୍ୟାକୁ ଖସି ପଡ଼ିବାରୁ ୨୧ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here