ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ଟେଲିଭିଜନ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି। ନିକଟରେ ଏକ ବିଜ୍ଞାପନରେ ନଜର ଆସିଛନ୍ତି ପ୍ରିୟା।

ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର ବର୍ତ୍ତମାନ ଟେଲିଭିଜନ ଦୁନିଆରେ ପାଦ ରଖିଛନ୍ତି । ଗତ କାଲି ପ୍ରିୟଙ୍କାର ଏକ ବିଜ୍ଞାପନ ଟେଲିଭିଜନରେ ରିଲିଜ ହୋଇଛି । ଏଥିରେ ସେ ଚକେଲେଟ ଖାଇ ଏକ ସଂଳାପ କହୁଛନ୍ତି- ଫ୍ରି କା ଆଟିଟ୍ୟୁଡ଼ ଦିଖାନା ହୈ। ତେବେ ଏହି ସଂଳାପ କହିବା ସହ ତାଙ୍କୁ ପୁରୁଣା ଆଖିମରା ଅନ୍ଦାଜରେ ଦେଖିବାକୁ ମିଳୁଛି।

ପ୍ରିୟା ପ୍ରକାଶଙ୍କ ଆଖିରେ ଆଖିରେ ଇଶାରା ଦେଉଥିବା ୨୮ ସେକେଣ୍ଡର ଭିଡିଓ ଭାଇରାଲ ହୋଇଥିଲା। ଭାଲେଣ୍ଟାଇନ ଡେ’ରେ ଏହି ଭିଡିଓ ଭାଇରାଲ ହେବାପରେ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ଫଳସ୍ୱରୂପ ତାଙ୍କୁ ବଲିଉଡ ଫିଲ୍ମରେ ମଧ୍ୟ ସୁଯୋଗ ମିଳିଛି।

ପୂର୍ବରୁ ନିଜର ୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ପ୍ରିୟାଙ୍କର ଏହି ବିଜ୍ଞାପନ ୬ଟି ଭାଷାରେ ରିଲିଜ ହୋଇଛି। ଦିନ କେଇଟାରେ ଦେଶର ପ୍ରିୟ ପାଲଟିଥିବା ପ୍ରିୟାଙ୍କ ଏହି ବିଜ୍ଞାପନଟି ସେତେ ମାତ୍ରାରେ ଭାଇରାଲ ନ ହେଲେ ମଧ୍ୟ ଏହାକୁ ଦର୍ଶକ ବହୁତ ମାତ୍ରାରେ ଭଲପାଇବା ଦେବେ ବୋଲି ଆଶା କରାଯାଉଛି।

ପୂର୍ବ ଭିଡ଼ିଓରେ ପ୍ରେମର ଛଟାରେ ଆଖି ମାରୁଥିବା ପ୍ରିୟା ବର୍ତ୍ତମାନ ବିଜ୍ଞାପନରେ ଆଟିଟ୍ୟୁଡ଼ ସହ ଆଖି ମାରୁଥିବାର ଦେଖାଯାଇଛନ୍ତି। ପ୍ରିୟାଙ୍କ ପ୍ରାୟ ସମସ୍ତ ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଥିବା ବେଳେ ଏହି ବିଜ୍ଞାପନଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ପ୍ରିୟାଙ୍କ ପ୍ରଥମ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଓଦାର ଲଭ’ ଚଳିତବର୍ଷ ଇଦ୍‌ରେ ରିଲିଜ ହେବାକୁ ଥିବା ବେଳେ ଏହାର ପ୍ରଥମ ଗୀତର ଭିଡିଓ ଚର୍ଚ୍ଚାର ବିଷୟ ପାଲିଟିଛି।

ପ୍ରିୟା ପ୍ରକାଶ ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ରଣବୀର କପୁର ହେବେ ତାଙ୍କ ନାୟକ। ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ।

ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ସେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରୁଛନ୍ତି। ସୂଚନା ଅନୁସାରେ ଭିଡିଓ ଭାଇରାଲ ହେବା ପରଠାରୁ ପ୍ରିୟାଙ୍କ ପାଖକୁ ବହୁତ ଅଫର୍‌ ଆସିଥିଲା।

‘ସିମ୍ବା’ର ସହ ପ୍ରଯୋଜକ ହେଉଛନ୍ତି କରଣ ଜୋହର। କରଣ ମଧ୍ୟ ଚାହୁଁଥିଲେ ଏହି ଫିଲ୍ମରେ ପ୍ରିୟାଙ୍କୁ ନିଆଯାଉ। ସେହିପରି ପ୍ରିୟା ମଧ୍ୟ ରଣବୀରଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଯଦିଓ ଫିଲ୍ମରେ ପ୍ରିୟାଙ୍କ ରୋଲ ସେତେ ବଡ଼ ନୁହେଁ ତଥାପି ଯୁବବର୍ଗ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପିଲ୍ମରେ ନିଆଯାଛି ବୋଲି ନିର୍ଦ୍ଦେଶକ ରୋହିତ ସେଟ୍ଟି କହିଛନ୍ତି। ରଣବୀର ଏଥିରେ ଜଣେ ପୁଲିସ ଅପିସର ଭୂମିକାରେ ଅଭିନୟ କରୁଛନ୍ତି। ଚଳିତବର୍ଷ ୨୧ ଡିସେମ୍ବରରେ ‘ସିମ୍ବା’ ରିଲିଜ ହେବ।

ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ରଣବୀର କପୁର ହେବେ ତାଙ୍କ ନାୟକ। ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ।

Comment