ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ଏସ୍‌ଆଇଟି ତଦନ୍ତ ହେବ ନାହିଁ: ସୁପ୍ରିମକୋର୍ଟ

ଜଷ୍ଟିସ୍ ଲୋୟା ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଆଉ ଏସ୍‌ଆଇଟି ତଦନ୍ତ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକେର୍ଟ। ଏସ୍‌ଆଇଟି ତଦନ୍ତ ନେଇ କରାଯାଇଥିବା ଆବେଦନକୁ ଖାରଜ କରିବା ସହ ସର୍ବୋଚଚ୍ଚ ନ୍ୟାୟାଳୟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ଶ୍ରୀମନ୍ଦିର ନୀତିକାନ୍ତି ବିଳମ୍ବକୁ ନେଇ ଧର୍ମେନ୍ଦ୍ରଙ୍କ କ୍ଷୋଭ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁଙ୍କ ନୀତି କେମିତି ସୁରୁଖୁରୁରେ ଚାଲିବ ତାହା ବୁଝିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ହେଲେ ସରକାର ତାଙ୍କ ଦାୟତ୍ୱ ଠିକ୍ ଭାବେ ନିଭାଇ ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଏଟିଏମ ସମସ୍ୟା: ପ୍ରକୃତ କାରଣ ଜାଣନ୍ତୁ

ବିମୁଦ୍ରିକରଣ ପରେ ପୁଣିଥରେ ଏଟିଏମ ଗୁଡିକ ଶୁଖିଲା ଦିଶୁଛି। ବିଗତ କିଛିଦିନ ଧରି ଏଟିଏମ ଗୁଡିକରେ ଟଙ୍କା ନଥିବା ଏକ ସମସ୍ୟା ହୋଇଥିବା ବେଳେ ଓ ଏନେଇ ଚାରିଆଡେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନୋଟର ଅଭାବ ନାହିଁ।

ନିଆରା ପରମ୍ପରା: ବାଲେଶ୍ୱରରେ ଆରମ୍ଭ ହେଲା ପଟିଦିଅଁ ଅଙ୍କନ

ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ନିଆରା ପରମ୍ପରା ତଥା ଉତ୍କଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ଅନନ୍ୟ ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ଆରମ୍ଭ ହୋଇଛି ପଟିଦିଅଁ ଅଙ୍କନ ଓ ପୂଜନ ଉତ୍ସବ। ଏଥିପାଇଁ ୫ଟି ଜଗନ୍ନାଥ ମନ୍ଦିରର ପୂଜକଙ୍କୁ ମିଳିଛି ସ୍ୱିକୃତୀ।

ଚାରିଦିନ ବିତିଲା, ଶ୍ରୀମନ୍ଦିରରେ ମିଳିଲାନି ମହାପ୍ରସାଦ

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ନିରାଶ ହେଉଛନ୍ତି ଶ୍ରଦ୍ଧାଳୁ। କାରଣ ଆନନ୍ଦ ବଜାରରେ ଚାରି ଦିନ ହେଲା ମିଳୁନି ମହାପ୍ରସାଦ। ଭହାପ୍ରଭୁଙ୍କ ଦର୍ଶନ ସାରି ଭକ୍ତ ଆନନ୍ଦ ମନରେ ମହାପ୍ରସାଦ ସେବନ ପାଇଁ ଯାଉଥିବା ବେଳେ ଆନନ୍ଦ ବଜାର ଖାଁ ଖାଁ ଲାଗୁଛି। ସୁଆର ଓ ମହାସୁଆର ନିଯୋଗ ସମିତି ୧୬ ତାରିଖରୁ ମହାପ୍ରସାଦ ପ୍ରସ୍ତୁତ କରିବା ବନ୍ଦ କରିଛନ୍ତି।

ବୈଜୟନ୍ତ ସମର୍ଥକଙ୍କ ପ୍ରେସମିଟ୍: କହିଲେ, “ସାଂସଦଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”

ବଢ଼ୁଛି ବୈଜୟନ୍ତ-ବିଜେଡି ବିବାଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିରକୁ ବିଜେଡି ନେତା ଟାର୍ଗେଟ୍ କରିବା ପରେ ଆଜି ବୈଜୟନ୍ତଙ୍କ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ଭୁବନେଶ୍ୱରସ୍ଥିତ ସାଂସଦଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା କହିଛନ୍ତି।

ହଟିଲେ ପ୍ରସାଦ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ହୋଇଛନ୍ତି। କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ ଏନେଇ ନୂଆଦିଲ୍ଲୀଠାରେ ଘୋଷଣା କରିଛନ୍ତି।

ତୁଟିଲାନି ସେବାୟତ-ପ୍ରଶାସନ ବିବାଦ : ବାହାରିଲାନି ଅବଢ଼ା

ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବିବାଦ ଯୋଗୁ ଭକ୍ତମାନେ ଭକ୍ତ ନିରାଶ ହୋଇଛନ୍ତି। ଗୁରୁବାର ଦିନ ବି ଶ୍ରୀମନ୍ଦିରରେ ବାହାରିବନି ଅବଢ଼ା।ପ୍ରଶାସନ ସହ ବିବାଦ ଯୋଗୁଁ ଅବଢା ବାହାର କରିବାକୁ ମନାକରିଦେଇଛନ୍ତି ସୁଆର-ମହାସୁଆର ସେବାୟତ। ୩ ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସୁଆର ମହାସୁଆର ନିଯୋଗ। ଚାରି ଦିନ ହେବ ସୁଆର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ଭକ୍ତ ମହାପ୍ରସାଦ ପାଇନାହାନ୍ତି।

Comment